ୱାର୍ଲ୍ଡ ଚ୍ୟାରିଟି ୱେଲ ଫେୟାର ପକ୍ଷରୁ ସୁବର୍ଣ୍ଣପୁରର ୮ଜଣ ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ କେନ୍ଦ୍ର ସରକାରଙ୍କର ପାଞ୍ଚଗୋଟି ବିଭାଗ ଦ୍ୱାରା ପରିଚାଳିତ ଓ୍ବାର୍ଲ୍ଡ ଚ୍ୟାରିଟି ୱେଲଫେୟାର୍ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ସର୍ଵ ଭାରତୀୟ ସ୍ତରରେ ଆୟୋଜିତ ଏକ ପ୍ରତିଭା ସମ୍ବର୍ଧନା ମହୋତ୍ସବରେ ସମଗ୍ର ଭାରତବର୍ଷରୁ ସାହିତ୍ୟ କ୍ଷେତ୍ରରେ ମନୋନୀତ ହୋଇ ଆସିଥିବା ପ୍ରାୟ ଅଠାନବେ ଜଣ ସାରସ୍ୱତ ପ୍ରତିଭା ମାନଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ମନୋନୀତ ପ୍ରତିଭା ମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଆଠ ଜଣ ସାରସ୍ୱତ ପ୍ରତିଭା ସର୍ବଶ୍ରୀ ଆର୍ତ୍ତତ୍ରାଣ ବାବୁ, ଶ୍ରୀଧର ଵାଗ, ସୁଦାମ ନାଏକ, ଶୁଭେନ୍ଦୁ ମେହେର, ଦ୍ଵିତୀକୃଷ୍ଣ ପଣ୍ଡା, ରାଧେଶ୍ୟାମ ମିଶ୍ର, ଶାନ୍ତାନୁ କୁମ୍ଭକାର ଏବଂ ଜିତେନ୍ଦ୍ର ପର୍ଡିଆଙ୍କୁ ଟ୍ରଫି ଉପଢ଼ୌକନ ସହିତ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ଜନକ ଡକ୍ଟରେଟ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏକକାଳୀନ ଭାବରେ ଜିଲ୍ଲାର ଏତେଜଣ ପ୍ରତିଭାଙ୍କ ସଫଳତାରେ ଜିଲ୍ଲା ର ସାହିତ୍ୟିକ ମହଲରେ ଆନନ୍ଦ ପ୍ରକାଶ ପାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.