ପ୍ରଧାନ ଶିକ୍ଷୟିତ୍ରୀ ବିନିତା ଗୁରୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନିତା ଗୁରୁଙ୍କ କ୍ଳଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ରାଜେନ୍ଦ୍ର ଜଗଦଲାଙ୍କ ଅଧ୍ୟକ୍ଷତାରେ ହିକୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏହା ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ସାହୁ ଓ ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ବାକ୍ ଦେବୀ ସରସ୍ଵତୀଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଏହି ସଂବର୍ଦ୍ଧନା ସଭା ଆରମ୍ଭ ହୋଇଥିଲା। ପରେ ପରେ ଶିକ୍ଷକ ବ୍ୟୋମକେଶ ତ୍ରିପାଠୀ ଓ ଗୋପାଳ ମେହେର ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଓ ସମ୍ମାନିତ ଅତିଥିଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ମିଶ୍ର ଓ ଶିକ୍ଷକ ବ୍ୟୋମକେଶ ତ୍ରିପାଠୀ ତାଙ୍କ ଅଭିଭାଷଣ ରଖି ଶିକ୍ଷୟତ୍ରୀ ଗୁରୁଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ସୁସ୍ଥ ନିରାମୟ ଅବସର କାଳୀନ ଜୀବନ କାମନା କରିଥିଲେ। ବିଦାୟ କାଳୀନ ସଭାରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ସଭା ଶେଷରେ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.