ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପାଇକ କେନ୍ଦୁମୁଣ୍ଡି ଠାରେ ଭବ୍ୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପାଟଣା ବ୍ଲକ ପାଇକ କେନ୍ଦୁମୁଣ୍ଡି  ଠାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଲାଞ୍ଜିଗଡ଼ ମଣ୍ଡିଳୀରେ ପୁନର୍ବାର ଦ୍ବିତୀୟ ଥର ପାଇଁ ଶ୍ରୀ ଦିଶାରୀ ବିଧାୟକ ଭାବରେ ନିର୍ବାଚିତ ହେବାପରେ ନିଜ ଅଞ୍ଚଳ ଗସ୍ତ କରିବା ସମୟରେ ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବପ୍ରଥମେ ବିଧାୟକ ତାଲଗୁଡ ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପାଇକ କେନ୍ଦୁମୁଣ୍ଡି ଗସ୍ତରେ ଆସିଥିଲେ ସେଠାରେ ଜନସାଧାରଣ ବିଧାୟକଙ୍କୁ ଏକ ଶୋଭାଯାତ୍ରା ମାଧ୍ୟମରେ ସଭାସ୍ଥଳକୁ ପାଛୋଟି ନେଇଥିଲେ ଏବଂ ଧାନ ମଣ୍ଡି ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜୟପାଟଣା ବ୍ଲକ ବିଜେଡ଼ି ସଭାପତି ମିନକେତନ ପୁଝାରୀ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜୟପାଟଣା ବ୍ଲକ ଜୋନ୍ ଦୁଇର ଜିଲ୍ଲାପରିଷଦ ସଦସ୍ୟ ଦେବ ପୂଝାରୀ, ବରିଷ୍ଠ ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ଜୟପାଟଣା ବ୍ଲକ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଜେଡ଼ି ସଭାପତି, ତଥା ଅଞ୍ଚଳର ଜନସାଧାରଣ ଉପସ୍ଥିତ ରହିଥିଲେ। ଅମ୍ବୁଜ ଧଙ୍ଗଡା ମାଝୀ ସଭା ପରିଚାଳନା କରିଥିବା ବେଳେ ଡମ୍ବରୁଧର ମହାଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.