ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ (ମମତା ମହାକୁର): କଣ୍ଟାମାଲ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୭୫ତମ ବନମହୋତ୍ସବ ଏବଂ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଖଟଖଟିଆ ସରକାରୀ ଉ.ପ୍ରା.ବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟଲକ୍ଷ୍ମୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ବରପଦର ଫରେଷ୍ଟର ବୁଲି ବେହେରା, ଜ୍ୟୋତି ରଂଜନ ବାରିକ, ସାମ୍ବାଦିକ ଅଜିତ ବସ୍ତିଆ ଯୋଗଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ସମୀର କୁମାର ପ୍ରଧାନ, ସୁରେନ୍ଦ୍ର କମ୍ପ, ଶୈଳେନ୍ଦ୍ର ବସ୍ତିଆ, ନୃପମଣି ମହାଳିକ, ସ୍ନେହପ୍ରଭା ମହାପାତ୍ର, ବନିତା ମେହେର, ଦୀପ୍ତିମୟୀ ବୈଠାରୁ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ “ମା ପାଇଁ ଗଛଟିଏ” ବାର୍ତ୍ତାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଗଛ ହିଁ ଜୀବନ ଓ ପରିବେଶକୁ ବଦଳାଇ ପାରିବା ସହ ଆମର ଅର୍ଥନୈତିକ ସ୍ଥିତିକୁ ସୁଧାରି ପାରିବ ବୋଲି ଶିକ୍ଷକ ରଂଜୁ ଅମାତ କହିଥିଲେ। ସମସ୍ତଙ୍କୁ ନେଇ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତ୍ରିଲୋଚନ ଡାଙ୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।