ପୁଣେରେ ଦାଦନ ଶ୍ରମିକର ମୃତ୍ୟୁ, ଶବକୁ ଓଡିଶା ଆଣିବା ପାଇଁ ଗୁହାରୀ କଲେ ପରିବାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲିଙ୍କ ୨୨ ବର୍ଷୀୟ ପୁଅ ବୁଦ୍ଧଦେବ ମେଣ୍ଡିଲି ଗତ ତିନି ବର୍ଷ ହେଲା ପୁଣେରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଗତ ୧ ତାରିଖରେ କାମ କରୁଥିବା ସମୟରେ ଛାତ ଉପରୁ ବୁଦ୍ଧଦେବ ପଡ଼ିଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ବୁଦ୍ଧଦେବଙ୍କ ମୃତ୍ୟୁ ହୋଇଯାଇଛି। ଖବର ପାଇ ପରିବାର ଲୋକ ଆଜି ସେଠାରେ ପହଞ୍ଚିଲା ପରେ ଶଵ ବ୍ୟବଚ୍ଛେଦ କରାଯାଉଛି। ଏବେ ଗରିବ ହୀରାମଣୀ ମୃତ ପୁଅର ଶଵକୁ କିପରି ଘରକୁ ଆଣିବେ ସେଇ ଚିନ୍ତାରେ ପଡିଯାଇଛନ୍ତି। ଏଣୁ ଏନେଇ ଶ୍ରମ ବିଭାଗ ପକ୍ଷରୁ ସହଯୋଗ କରିବାକୁ ହିରାମଣୀ ଲିଖିତ ଭାବେ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.