ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶାନ୍ତପୁରର ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର ୩୦ ଜୁନରେ ତାଙ୍କ ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏନେଇ ଗୁରୁବାର ବିଦ୍ୟାଳୟର ଅଧ୍ୟକ୍ଷା ସ୍ୱେତାଲିନ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ପ୍ରଭାସ ଚନ୍ଦ୍ର ମିଶ୍ର, ଜିଲ୍ଲା ଓଷ୍ଟା ସଭାପତି ମନୋରଂଜନ ପାଣିଗ୍ରାହୀ, ସମ୍ପାଦକ ପ୍ରଭାତ ରଥ, ସଦସ୍ୟ ରାମଚନ୍ଦ୍ର ନାୟକ, ପ୍ରତିଷ୍ଠାତା ସଦସ୍ୟ ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଲୋକନାଥ ସା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବଳରାମ ହରପାଲ ପ୍ରମୁଖ ମଞ୍ଚାସୀନ ହୋଇ ବିଦାୟୀ ଶିକ୍ଷକ ଶ୍ରୀ ଠାକୁରଙ୍କ କର୍ତ୍ତବ୍ୟନିଷ୍ଠତା, ସ୍ନେହୀ ସ୍ଵଭାବ, ସମୟାନୁବର୍ତ୍ତିତା, ବିଦ୍ୟାଳୟ ପ୍ରତି ନିଷ୍ଠା ଓ ମେଳାପି ସ୍ଵଭାବର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ଠାକୁରଙ୍କ ପ୍ରୟାସ ଯୋଗୁଁ ବିଦ୍ୟାଳୟର ରିଜଲ୍ଟ ମଧ୍ୟ ଶତ ପ୍ରତିଶତ ହୋଇ ପାରିଛି ବୋଲି ଅତିଥି ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପ୍ରଥମେ ସଭାପତି ଶ୍ରୀମତୀ ପଧାନ ସ୍ବାଗତ ଭାଷଣ ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା ସମିତି ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ତରଫରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବିଦ୍ୟାଳୟର ସହ ଶିକ୍ଷକ କିଶୋର ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଜି ସ୍ଵାତୀ ଓ ଅବନୀ ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁଁ ମୋ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ମୋର ପରିବାରର ସଦସ୍ୟ ବୋଲି ମୁଁ ସବୁବେଳେ ବିବେଚନା କରି ଆସିଛି। ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା, ଛାତ୍ରଛତ୍ରୀ, ମୋର ସହକର୍ମୀ ଷ୍ଟାଫ, ଆଲୁମିନି ଛାତ୍ରଛାତ୍ରୀଙ୍କ ଠାରୁ ଅନେକ ସ୍ନେହ ଶ୍ରଦ୍ଧା ପାଇଛି। ଯାହା ମୋ ପାଇଁ ସ୍ମରଣୀୟ ହୋଇ ରହିବ। ଅବସର ନେଇ ସାରିଥିଲେ ମଧ୍ୟ ମୁଁ ସମୟ କାଢି ବିଦ୍ୟାଳୟକୁ ନିଶ୍ଚୟ ଆସିବି ବୋଲି ବିଦାୟୀ ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ କହିଥିଲେ – ‘ବିଦ୍ୟାଳୟରେ ମୋର କାର୍ଯ୍ୟକାଳ ସମୟରେ ସରକାର ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ବିଭାଗ ଖୋଲି ବିଦ୍ୟାଳୟକୁ ଅପଗ୍ରେଡ କଲେ। ଫଳରେ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି।’ ସମସ୍ତ ଷ୍ଟାଫ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପରିଚାଳନା ସମିତି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଆୟୋଜକ କମିଟି ତରଫରୁ ଶିକ୍ଷୟତ୍ରୀ ମୋନାଲିସା ରଥ ଓ ଆନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.