ଛତିକୁଡ଼ା ଛକରେ ସଡ଼କ ଦୁର୍ଘଟଣା: ବାଇକ ଆରୋହୀ ମୃତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଛତିକୁଡ଼ା ଛକ ଭବାନୀପାଟଣା ଯିବା ମୁଖ୍ୟ ରାସ୍ତାରେ ଜଣେ ବାଇକ ଆରୋହୀଙ୍କ ଉପରେ ଭରିଯାନ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଗୁରୁବାର ରାତି ୮ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ମାରିଥିବା ଜଣାପଡ଼ିଛି। ଭାରିଯାନଟି ବାଇକ ଚାଳକଙ୍କ ମୁଣ୍ଡ ଉପରେ ମାଡି ଯାଇଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଜଣାପଡ଼ିଛି।  ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁରର ପୂର୍ବତନ ସମିତି ସଭ୍ୟ ଅଭିମନ୍ୟୁ ମୁଣ୍ଡା ଓ ତାଙ୍କ ଘର ବିଲାଟି ପଦର ଗାଁ ବୋଲି ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.