ନର୍ଲା ବ୍ଲକ ପରିସରରେ “ଏକ୍ ପେଡ୍ ମାକେ ନାମ୍” କାର୍ଯ୍ୟକ୍ରମ

ବୃକ୍ଷ ରୋପଣ କଲେ ବିଧାୟିକା ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ପରିସରରେ ମିଶନ ଶକ୍ତି, ଓଏଲଏମ, ବିଏମଏମୟୁର ମିଳିତ ଉଦ୍ୟମରେ “ଏକ୍ ପେଡ୍ ମାଆକେ ନାମ୍” ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ରିପୂନାଥ ସୁନା, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, କର୍ଲାମୁଣ୍ଡା ବିଡ଼ିଓ ମଣ୍ଟୁ ଖମାରୀ, ମ. ରାମପୁର ବିଡ଼ିଓ ସବ୍ୟସାଚୀ ବେହେରା, ନର୍ଲା ତହସିଲଦାର ଯୋଗେଶ୍ୱର ସାହୁ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପଧାନ, କର୍ଲାମୁଣ୍ଡା ତହସିଲଦାର ଅର୍ଜୁନ ବର୍ଗ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ମିଶନ ଶକ୍ତି ନର୍ଲା ସଂଯୋଜକ ରୋହିତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ଓଏଲଏମ ନର୍ଲା ସଂଯୋଜକ ସନତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.