ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ: କଳାହାଣ୍ଡି ଜିଲ୍ଲାରେ ସଡ଼କ ସୁରକ୍ଷାର ନୂଆ ମନ୍ତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲାରେ ବର୍ଦ୍ଧିଷ୍ଣୁ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ନୂତନ ଆଦେଶ ଜାରି କରିଛନ୍ତି। ବିଶେଷକରି ମୋଟରସାଇକେଲ ଚାଳକମାନେ ହେଲମେଟ ନ ପିନ୍ଧି ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଏହି ସମସ୍ୟାର ସମାଧାନ ପାଇଁ କଠୋର ପଦକ୍ଷେପ ନେଇଛନ୍ତି।

ଆସନ୍ତା ଅଗଷ୍ଟ ପହିଲାରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ହେଲମେଟ ନଥିବା ମୋଟରସାଇକେଲ ଚାଳକଙ୍କୁ ପେଟ୍ରୋଲ ଦିଆଯିବ ନାହିଁ। ଏହି ପଦକ୍ଷେପ ହେଲମେଟ ବ୍ୟବହାରର ଗୁରୁତ୍ୱକୁ ସୂଚିତ କରିବା ସହ ସଡକ ସୁରକ୍ଷାକୁ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.