ବଣ୍ଡେଲ ଗାଁ ପାଇଁ ଦୁଃଖ ସାଜିଛି ବେଦାନ୍ତ; ଘରେ ପଶୁଛି ରେଡମଢ଼ ପଣ୍ଡର ବିଷାକ୍ତ ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗତ ଦୁଇ ଦିନ ହେଲା ଲଗୁଚାପ ଜନିତ ବର୍ଷା କାରଣରୁ ଲାଞ୍ଜିଗଡ଼ ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଛି। କେଉଁ ଜାଗାରେ ରାସ୍ତା ଭାଙ୍ଗି ଯାଇଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ଅନେକ ଗରିବ ନିରୀହଙ୍କ ଘର ଉଜାଡି ଦେଇଛି ଏହି ଲଗୁଚାପ ଜନିତ ବର୍ଷା। ଅନେକ ଗାଁରେ କ୍ଷୟକ୍ଷତି ହୋଇଥିବା ବେଳେ ଲାଞ୍ଜିଗଡ଼ ବେଦାନ୍ତ କାରଖାନା ନିକଟରେ ଥିବା ଗାଁର ଚିତ୍ର ଅତ୍ୟନ୍ତ ଦୟନୀୟ। ଏହି ଗାଁରେ ୫୦ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ବେଦାନ୍ତ କାରଖାନାକୁ ଲାଗି ରହିଛି ବଣ୍ଡେଲ ଗାଁ। ଏହି ଦୁଇ ଦିନର ଲଗୁଚାପ ଜନିତ ବର୍ଷାରେ ବେଦାନ୍ତ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟ ବସ୍ତୁ ରେଡମଡ୍ ପଣ୍ଡରେ ପଡେ ଅଧିକ ବର୍ଷା ହେବାରୁ ସେହି ବିଷାକ୍ତ ପାଣି ବଣ୍ଡେଳ ଗାଁକୁ ଆସି ଘରେ ଘରେ ପଶି ଯାଇଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ବିଷାକ୍ତ ପାଣି ଜମିକୁ ପଶି ଫସଲ ନଷ୍ଟ କରୁଛି। ପନିପରିବା ଗଛ ଉଠି ପାରୁନାହିଁ। ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷ ସବୁ ଦେଖୁଛନ୍ତି ପାଣିକୁ ରୋକିବା ପାଇଁ କିଛି ବ୍ୟବସ୍ଥା କରୁନାହାନ୍ତି। ଏହି ପାଣି ନଦୀ ନାଳରେ ମିଶି ଯାଉଥିବା ବେଳେ ସେହି ପାଣିକୁ ବ୍ୟବହାର କରି ଅନେକ ରୋଗର ଶିକାର ହେଉଛନ୍ତି ସାଧାରଣ ଲୋକେ। ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଏହି ଗାଁକୁ ବିସ୍ଥାପିତ କରିବା ପାଇଁ ଅନେକ ଅଭିଯୋଗ ହେଲାଣି ତଥାପି ଜିଲ୍ଲା ପ୍ରଶାସନ କି ବେଦାନ୍ତ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

Omkar Vasthu
Omkar Vasthu

ଗତ ଦୁଇ ଦିନର ବର୍ଷାରେ ଉବୁଟୁବୁ ହେଉଛନ୍ତି ବଣ୍ଡେଲ ଗାଁବାସୀ। କେବଳ ଏହି ବର୍ଷକର କଥା ନୁହଁ ଦୀର୍ଘ ୨୦ବର୍ଷ ହେଲା ଏହି ଅସୁବିଧା ଭୋଗ କରୁଛନ୍ତି ବଣ୍ଡେଲ ଗ୍ରାମବାସୀ। ବର୍ଷା ଦିନେ ରେଡମଡ୍ ପଣ୍ଡର ବିଷାକ୍ତ ପାଣି ଦାଉ ସାଜୁଥିବା ବେଳେ ଖରାଦିନେ ରେଡମଢ଼ ପଣ୍ଡର ବିଷାକ୍ତ ଧୂଳି ଉଡି ଛାତ ଉପରେ ଜମାଟ ବାନ୍ଦୁ ଥିବା ବେଳେ ଖାଦ୍ୟପେୟରେ ମଧ୍ୟ୍ୟ ଏହା ପଡୁଥିବ ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବିଷାକ୍ତ ବଳୟ ଭିତରେ ରହିଛି ଏହି ବଣ୍ଡେଲ ଗାଁ। ଏହି ଗାଁକୁ ବିସ୍ଥାପିତ କରି ଅନ୍ୟ ଜାଗାକୁ ସ୍ଥାନାନ୍ତର କରା ନ ଗଲେ ଅନେକ ସମସ୍ୟାର ସମ୍ମୁଖୀନ ହେବେ ଗାଁ ଲୋକେ। ଏତି ପ୍ରତି ବେଦାନ୍ତ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାର ନିହାତି ଆବଶ୍ୟକତା ରହିଛି। ତେବେ ବେଦାନ୍ତ କର୍ତ୍ତୃପକ୍ଷ ଏହି ଗାଁ ପ୍ରତି କେବେ ଦୃଷ୍ଟି ଦେଉଛି ତାହା ଦେଖିବାକୁ ବାକି ରହିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.