‘ପ୍ରକୃତିର ଅନନ୍ୟ ଦାନ ନୂଆଁଖାଇ’
ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ (ମମତା ମହାକୁର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ବିଜୟଲକ୍ଷ୍ମୀ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି। ମୁଖ୍ୟ ଆଲୋଚକ ଭାବେ ଶିକ୍ଷକ ସମୀର କୁମାର ପ୍ରଧାନ ନୂଆଁଖାଇ କିପରି ପ୍ରକୃତି ସହିତ ନିବିଡ଼ତା ରହିଛି ଓ ପ୍ରକୃତିର ଅନନ୍ୟ ଦାନ ନୂଆଁଖାଇ ବୋଲି ସେ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟତମ ବକ୍ତା ଭାବେ ଶିକ୍ଷକ ରଂଜୁ ଅମାତ ପ୍ରାଚୀନ କାଳରୁ କୋଶଲାଞ୍ଚଳରେ ପ୍ରଥମ ଶସ୍ୟକୁ ପୃଥିବୀ ମାତାକୁ ଅର୍ପଣ କରି କିପରି ମାନବ ସମାଜ ତାର କୃତଜ୍ଞତା ଜ୍ଞାପନ କରିଥାଏ, ସେ ସମ୍ପର୍କରେ ଆଲୋଚନା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଳିକ, ସୁରେନ୍ଦ୍ର କମ୍ପ, ସ୍ନେହାପ୍ରଭା ମହାପାତ୍ର, ଦୀପ୍ତିମୟି ବୈଠାରୁ ପ୍ରମୁଖ ଯୋଗଦେଇ ନୂଆଁଖାଇରେ ଜୁହାରର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ।
ଛାତ୍ରୀ ଆରୁଷି କମ୍ପ, ଶ୍ୱେତଲୀନା କମ୍ପ, ଲିପୁନ ଅମାତ, ସ୍ୱାଗତିକା ବିଶି, ପ୍ରେମାନନ୍ଦ ଖେତୀ, ଇଶାନି ବସ୍ତିଆ, ଲିପି ଅମାତ ନୂଆଖାଇ ପର୍ବ ଉପରେ ନିଜ ଅନୁଭୂତି ସମ୍ପର୍କରେ କହିଥିଲେ। ନୂଆଁଖାଇକୁ ନେଇ ନୃତ୍ୟଗୀତର ଆସର ପିଲାମାନଙ୍କ ମଧ୍ୟରେ ଜମିଥିଲା। ଶେଷରେ ଛାତ୍ର ଅଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।