ଭାଲିଆଯୋର ଠାରେ ବ୍ଳକସ୍ତରୀୟ ଖାଦ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଦି ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା ପକ୍ଷରୁ ବିଲୁପ୍ତ ହେଉଥିବା ଖାଦ୍ୟ ଶସ୍ୟର ପୁନଃ ଉଦ୍ଧାର ପାଇଁ ମଙ୍ଗଳବାର କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଭାଲିଆଯୋରଠାରେ ଶ୍ରୀ ଅର୍ଣ୍ଣ ଅଭିଯାନ ମାଧ୍ୟମରେ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ଦି ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥାର ସଭାପତି ଦୁଷ୍ମନ୍ତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ମେଳାରେ ବଡ଼ପୋଡ଼ାଗୁଡ଼ା ସରପଞ୍ଚ ଜମୁନା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନାଏବ ସରପଞ୍ଚ ବିଡୁ ନାଏକ, ବିଜେପି ଆମପାଣି ମଣ୍ଡଳ ଜିଲ୍ଲା ପ୍ରତିନିଧି ଭଜମନ ନାଏକ, କୃଷକ ସାଥୀ ଗଜିନ୍ଦ୍ର ନାଗ, ଅଙ୍ଗନବାଡ଼ି କର୍ମୀ ଜମୁନା ବାଗ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ଧର୍ମାନନ୍ଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଓଡ଼ିଶାର ମାଣ୍ଡିଆ ଆଜି ଦେଶ ବିଦେଶରେ ଏକ ଉତ୍ତମ ଖାଦ୍ୟ ରୁପେ ପରିଗଣିତ ହେଉଛି। ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ବା ମିଲେଟକୁ ରାଜ୍ୟ ସରକାର ଏକ ମିଶନ ଭାବରେ ଆରମ୍ଭ କରିଛନ୍ତି। ଅତି କମ୍ ସମୟ ମଧ୍ୟରେ ଏହି ମିଶନ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣି କୃଷି କ୍ଷେତ୍ରର ଉନ୍ନତି ସହ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନେକ ଜନ ସାଧାରଣଙ୍କ ଜୀବନ ଜୀବିକାରେ ସମୃଦ୍ଧି ଆଣି ଆସିଛି। ମାଣ୍ଡିଆକୁ ଓଡିଶା ସରକାର ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ମାଣ୍ଡିଆ ଚାଷ ସ୍ଵଳ୍ପ ପାଣି ଓ ମାତ୍ର କିଛି ମାସ ମଧ୍ୟରେ କମ୍ ଖର୍ଚ୍ଚରେ ଚାଷ ହୋଇଥାଏ। ତେଣୁ ସମସ୍ତେ ଚାଷୀ ମାଣ୍ଡିଆ ଚାଷ କରିବା ପାଇଁ ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିପିସି ସୁରେନ୍ଦ୍ର ଜୁଏଡ ପରିଚାଳନା କରିଥିବାବେଳେ ଏବିପିସି ଶୋକ ସନ୍ତୋପ ସିଂ, ସିଇଓ ଅଭାସ ରଞ୍ଜନ ପାଟ୍ଟଯୋଷୀ, ପିଏମ୍ ମନୋରଞ୍ଜନ ସ୍ବାଇଁ, ଆକାଉଣ୍ଟ ଅଫିସର ବବଲୁ ସାହୁ ପରିଚାଳନାରେ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.