ମୈାସୁମୀ ଫେରାର୍ : ଚିନ୍ତାରେ ଚାଷୀ 

ବର୍ଷା ଅଭାବରେ ହଳଦିଆ ହେଲାଣି ଧାନ

ସୋନପୁର,୧୬/୭ : ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ସୋନପୁର ଜିଲାରେ ଘୋର ବର୍ଷା ଅଭାବ ଦେଖାଦେଇଛି । ଫଳରେ ଜିଲାର ପ୍ରତ୍ୟକ ବ୍ଲକ ଅଞ୍ଚଳ ମଧ୍ୟରେ ଧାନ ଚାଷ ଗୁଡିକ ହଳଦିଆ ହେବାରେ ଲାଗିଛି । ବର୍ଷାଭାବ ଯୋଗୁଁ ଚାଷ ଜମିରେ ଲଟା,ବୁଦା, ଘାସ, ବଢିବାରେ ଲାଗି ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଅନେକ ସ୍ଥାନମାନଙ୍କରେ ହଳ ମଧ୍ୟ ବୁଲି ପାରିନାହିଁ । ଜମିଗୁଡିକ ପଡିଆ ରହିଛି । ଯେଉଁ ସ୍ଥାନରେ ଧାନ କିମ୍ବା ଡାଲି ଜାତୀୟ ଶସ୍ୟ ଚାଷ କରାଯାଉଛି । ବର୍ଷାଭାବରୁ ଚାଷୀମାନେ ସାର ମଧ୍ୟ ପ୍ରୟୋଗ କରିପାରୁନାହାନ୍ତି । ଆଉ କେତେକ ଜମିରେ ଧାନ ସହ ଗଜା ମରୁଡି ହେଉଥିବା ଦେଖାଯାଉଛି । ବର୍ଷା ଅଭାବ ଯୋଗୁଁ ଜିଲାର କେତେକ ବ୍ଲକ ଅଞ୍ଚଳରେ ନାଇ,ନାଳ, ଶୁଖିଲା ପଡିଛି । ଯେଉଁ ସ୍ଥାନରେ ଉଠାଜଳସେଚନ ବ୍ୟବସ୍ଥା ରହିଛି । ସେଥିରି ଚାଷୀମାନେ ଧାନ ଚାଷ ବଞ୍ଚାଇବା ପାଇଁ ପାଣି ମଡାଇବା ଉଦ୍ୟମ ଚଳାଇଛନ୍ତି । ଏଭଳି ପରିସ୍ଥିତି ଯୋଗୁଁ ଚାଷ କାର୍ଯ୍ୟ ଆଗକୁ ଆଗେଇ ପାରୁନାହିଁ । ଠପ ହୋଇ ପଡି ରହିଛି । ଚାଷ ପାଇଁ ପାଇଁ ଚାଷୀମାନେ ପ୍ରସ୍ତୁତ ଥିବାବେଳେ ବର୍ଷା ଅଭାବରୁ ଚାଷୀ ମଞ୍ଜି ମଧ୍ୟ ରୋପଣ କରିପାରୁନାହାନ୍ତି । ମୌସୁମୀର ଲୁଚକାଳି ଖେଳ ଯୋଗୁଁ କେବେ ଠିକ୍‍ ସେ ବର୍ଷା ହେବ ସେ ଦିନକୁ ଚାଷୀ ଅନାଇ ବସି ରହିଛି । ଏବେ ଆଷାଢ ମାସ ଯାଇ ଶ୍ରାବଣ ମାସ ଆସିବାକୁ ଲାଗିଲାଣି । କିନ୍ତୁ ବର୍ଷା ପାଣି ଟୋପେ କେଉଁଠି ହେଲେ ଦେଖାଯାଉନାହିଁ । ଜମି ଶୁଖିଲା ପଡିଛି । ବର୍ତ୍ତମାନ ସ୍ଥିତିରେ ବିଭାଗ ଚାଷୀମାନଙ୍କ ପାଖକୁ ଯାଇ ସଂପୃକ୍ତ ବିଭାଗର କେତେକ କର୍ମଚାରୀ ଚାଷ କାମ ପାଇଁ ପରାମର୍ଶ ଦେବା କଥା କିନ୍ତୁ ଚାଷୀମାନଙ୍କ ପାଖକୁ ଆସି ଭଲ ମନ୍ଦ ବୁଝିବା ଏହା କରାଯାଉନାହିଁ । ଫଳରେ ଚାଷୀକୁଳ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.