ତମାଖୁ ନିୟନ୍ତ୍ରଣ ପାଇଁ ସ୍କୁଲ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ସୋନପୁର,୧୭/୭ : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଦ୍ୟାଳୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଶ୍ରୀ ଗଣେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ, ପଂଚମହଲାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଚେତନତା ସଭାରେ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଯୋଗ ଦେଇ ତମାଖୁର ଅପକାରିତା ଉପରେ ଉପରେ ସଚେତନତା ବର୍ତ୍ତା ପ୍ରଦାନ କରିବା ସହ ବିଦ୍ୟାଳୟ ପରିସରକୁ ତମାଖୁମୁକ୍ତ କରିବାରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟକୁ ତମାଖୁମୁକ୍ତ ଘୋଷଣା କରିବା ସହ ଏକ ସ୍ଵାସ୍ଥ୍ୟ କର୍ନରର ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗଣେଶ୍ବର ଉଚ୍ଚ ବିଦ୍ୟାଳୟ ପାଇଁ ମୋ ସ୍କୁଲ ଅଭିଯାନର ସଭାପତି ବନମଳୀ ପଣ୍ଡା, ଯକ୍ଷ୍ମା ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ, ଉଲୁଣ୍ଡା ବ୍ଲକ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାଝିଗୌରୀ ପାତ୍ର, ଉଲୁଣ୍ଡା ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ମହେନ୍ଦ୍ର କୁମାର ମିଶ୍ର ପ୍ରମୂଖ ସମ୍ମାନିତ ଅିତିଥି ଭାବେ ମଂଚାସୀନ ଥିଲେ। ଏହି ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଲିଜା ଭୋଇ, ସୁବ୍ରତ ବାଘ ଏବଂ ଶୁଭମ ସାହୁଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବନମାଳୀ ପଣ୍ଡା, ବି. ସ୍ଵାତିମୁଚନ ପାତ୍ର ଏବଂ ରୋହିତ ଦଣ୍ଡସନା ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ପ୍ରଦୀପ ପୂଝାରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.