ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ୨ ଘଣ୍ଟା ଜାତୀୟ ରାଜପଥ ଅବରୋଧ କଲେ କୃଷକ

ଉଗ୍ର ରୂପ ନେଉଛି ଚାଷୀ ଆନ୍ଦୋଳନ 

Omkar Vasthu
Omkar Vasthu

ନୂଆପଡା : ସଦର ପୋଲିସ ପଡିଆ ଠାରେ ଚାଷୀ ଏକତା ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ଆବାହକ ଶ୍ରୀ ରବୀନ୍ଦ୍ର ମଙ୍ଗରାଜ ଏବଂ ସହଯୋଗୀ ପ୍ରେମ ନାୟକ, ଦେବେନ ସାହୁ, ପ୍ରେମ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ତାରାଚାନ୍ଦ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ । ପୋଲିସ ପଡିଆ ଠାରେ ସଭା କରି ସରିଲା ପରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରି ଜାତୀୟ ରାଜପଥ ୩୫୩ କୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ ଚାଷୀ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଚଳିତ ବର୍ଷ ରବି ଫସଲରେ ଧାନ ମଣ୍ଡି ଗୁଡିକରେ ଧାନ ପଡି ଗଜା ହୋଇ ଯାଇଥିବା ଅଭିଯୋଗ ହେଉଛି । ଧାନ ବିକ୍ରି ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛି ଚାଷୀ । ଏ ସମ୍ପର୍କ ରେ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ଉପରୁ ଟାର୍ଗେଟ ନ ଆସିଲା ପର୍ଯ୍ୟନ୍ତ କିଛି କରି ହେବ ନାହିଁ ଏବଂ ଚାଷୀ କୁଳଙ୍କୁ ନିଜ ଧାନ  ଭଲ ଭାବେ ରଖିବା ପାଇଁ ଅନୁରୋଧ କରିଛନ୍ତି ଯାହା ଫଳରେ ଆର ଥରକୁ ଯେତେବେଳେ ମଣ୍ଡି ଖୋଲିବ, ସେତେ ବେଳେ ଏହି ଧାନ କାମ ରେ ଆସିବ ବୋଲି ସୂଚନା ଦେଇଛନ୍ତି । ତେବେ ଚାଷୀ ଏକତା ମଞ୍ଚ ମଣ୍ଡିରୁ ଧାନ ଉଠାଇବା ପାଇଁ ଏବଂ ଚାଷୀ ଙ୍କ ନାମ ରେ ଧାନ ବିକ୍ରି ହୋଇ ଥିବା ଦୁର୍ନୀତି ର ତଦନ୍ତ ସହ ଅଭିଯୁକ୍ତ ଅଧିକାରୀ ଓ ମିଲ ମାଲିକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.