କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟା

କଳାହାଣ୍ଡିର ମାଟି ପାଣି ପବନ ସବୁଠି କଳାର ଛାପ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତ କଳାହାଣ୍ଡି। ଏହାର ମାଟି, ପାଣି, ପବନ ସବୁଠି କଳାର ଛାପ। ସବୁ କଳାହାଣ୍ଡିଆ ଜଣେ ଜଣେ କଳାକାର। କୋକସରାର ଗୁଡହାଣ୍ଡି ମଞ୍ଚ କଳାହାଣ୍ଡି ଉତ୍ସବ ପାଇଁ ସଜେଇ ହୋଇଛି। କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ଵରୀଙ୍କ ମନ୍ଦିର ଆକୃତିର ମଞ୍ଚ, ଅବିକଳ ମା’ ମାଣିକେଶ୍ଵରୀ ମନ୍ଦିର ଦୃଶ୍ୟ ଭଳି ହୋଇଛି। ଯେଉଁ କାରିଗରୀ ଏହା ନିର୍ମାଣ କାର୍ଯ୍ୟ କରିଛନ୍ତି ସତରେ ତାଙ୍କର ନିପୁଣ କଳାରେ ନିମଗ୍ନ ହୋଇଛନ୍ତି ଦର୍ଶକ ବୋଲି ଗୁରୁବାର ଦିନ କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି। କୋକସରା ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡ଼ଃ ଉମେଶ ଚନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ସିଡିଓ ଦୟାମୟ ପାଢ଼ୀ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୌଷଧି ବାଗ, ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ, ରାଜ୍ୟ ଓମ୍ଫେଡ ସଭାପତି କିଶୋର ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନେ ମଞ୍ଚାସିନ ହୋଇ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିଂଘମ ଡ୍ୟାନ୍ସ ଗ୍ରୁପର ରାଜସ୍ଥାନୀ ନୃତ୍ୟ, ଛଉ ନୃତ୍ୟ ଦିଗପହଣ୍ଡି, ସୋନପୁରର ପାର୍ବା ନୃତ୍ୟ, ଲଗିନ ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା, ସାଗର ଗୃପ କୋଟପାଡ ପ୍ରମୁଖ ଦଳ ଦର୍ଶକଙ୍କ ମନ ମହିଥିଲା। ସେହିପରି କଳାହାଣ୍ଡିର ଅନେକ ଲୋକକଳା ଗୁଡ଼ହାଣ୍ଡି ମଞ୍ଚରେ ପ୍ରଦର୍ଶନ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ସଂନ୍ଧ୍ୟାରେ ସୁଧୀର କୁମାର ପଣ୍ଡା, ସଞ୍ଜିବ କୁମାର ପାଢ଼ୀ, ପଙ୍କଜମୁଖ ଚୌଧୁରୀ, କ୍ଷୀରସିନ୍ଧୁ ବାଣୁଆ, କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ମୋହନ ଚରଣ ବାଶି, ସୁଭଶ୍ରୀ ଚୌଧୁରୀ, ରୋଶନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.