ଜୁନାଗଡ ମହୋତ୍ସବ କମିଟି ଦ୍ଵାରା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମହୋତ୍ସବ କମିଟି ଦ୍ୱାରା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଜୁନାଗଡ଼ ମହୋତ୍ସବ ର କୋର କମିଟିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକ ଓ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Omkar Vasthu
Omkar Vasthu

ଏଥିରେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ୧୧ ଓ ୧୨ ଫେବୃୟାରୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏହି ଖେଳକୁ ସମୀର କୁମାର ସାହୁ, ରାକେଶ ବେମାଲ, ରୋଜଳିନ ନାୟକ, ଶିବାନୀ ଭାଟି, ଅଞ୍ଜଳି ନାଏକ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ଜମ୍ବଲଡରେ ଜୁନାଗଡର ମାନସ ରଞ୍ଜନ ସାହୁ ପାଟନର୍ ରାକେଶ କୁମାର ବେମାଲ ବିଜେତା ହୋଇଥିବା ବେଳେ ସମୀର କୁମାର ସାହୁ ଓ ରଜନୀକାନ୍ତ ଦାସ ଉପ ବିଜେତା ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ମେନ୍ସ ଡବଲ୍ସ୍ ରେ ଭବାନିପାଟଣାର ଦେବଦୁତ୍ତ ବାଣୁଆ ଓ ସୁଭାସିସ ପଟ୍ଟନାୟକ ବିଜେତା ଏବଂ ଜୁନାଗଡ଼ର ମାନବ ଯୋତି ପ୍ରକାଶ ନାଏକ ଓ ଧର୍ମଗଡର ସୌରଭ ସେଠୀଆ ଉପ ବିଜେତା ହୋଇଥିଲେ। ମେନ୍ସ ସିଙ୍ଗଲରେ ଭବାନିପାଟଣାର ଦେବଦୁତ୍ତ ବାଣୁଆ ବିଜେତା ଓ ଜୁନାଗଡ଼ର ମାନବ ଯୋତି ପ୍ରକାଶ ନାଏକ ଉପ ବିଜେତା ହୋଇଥିଲେ। ୧୩ ବର୍ଷ ବର୍ଗରେ ଜୁନାଗଡ଼ର ଛାତ୍ର ଆରାଧ୍ୟା ପଣ୍ଡା ବିଜେତା ଓ ଧର୍ମଗଡର ମୟଙ୍କ ରାଉତ ଉପ ବିଜେତା ହୋଇଥିଲେ।

Udyog Nursery
Udyogi Nursery

୧୫ ବର୍ଷ ବର୍ଗରେ ଜୁନାଗଡ଼ର ଚନ୍ଦ୍ର ଶେଖର ଶର୍ମା ବିଜେତା ଓ ଭବାନିପାଟଣାରୁ ସାହିଲ ରାଇକୱାର ଉପ ବିଜେତା ହୋଇଥଲେ। ୧୭ ବର୍ଷ ବର୍ଗରେ ଧର୍ମଗଡର ଛାତ୍ରୀ ସାଗଭି ମୁଣ୍ଡ ବିଜେତା ଓ ଜୁନାଗଡ଼ର ପ୍ରତୀକ୍ଷା ରାଜପୁରୋହିତ ଉପ ବିଜେତା ହୋଇଥିଲେ। ୧୭ ବର୍ଷ ବର୍ଗରେ ଭବାନୀପାଟଣାର ଛାତ୍ର ରୀୟାନ ଠାକୁର ବିଜେତା ଓ ଅମୃତ ରାଜ ଯୋଶୀ ଉପ ବିଜେତା ହୋଇଥିଲେ।‌ ୧୭ ବର୍ଷ ବର୍ଗ ଡବଲ୍ସ୍ ରେ ଜୁନାଗଡ଼ର ଗୁନଗୁନ ଅଗ୍ରୱାଲ ଓ ମୋନାଲିସା ମିଶ୍ର ବିଜେତା ଏବଂ ଜୁନାଗଡର ଭୂମିକା ମହାନନ୍ଦ ଓ ସୁହାନି ଜୈନ୍ ଉପ ବିଜେତା ହୋଇଥିଲେ। ୧୩ ବର୍ଷ ବର୍ଗ ଡବଲ୍ସ୍ ରେ ଧର୍ମଗଡର ମୟଙ୍କ ରାଉତ ଓ ମୋହିତ ଶ୍ରୀବାସ୍ତବ ବିଜେତା ହୋଇଥିଲେ ଏବଂ ଜୁନାଗଡର ଆରାଧ୍ୟା ପଣ୍ଡା ଓ ବିନାୟକ ଗହିର ଉପ ବିଜେତା ହୋଇଥିଲେ।

୧୫ ବର୍ଷ ବର୍ଗ ଡବଲ୍ସ୍ ରେ ଜୁନାଗଡର ଦିଗବିଜୟ ସିଂହ ଓ ଚନ୍ଦ୍ର ଶେଖର ଶର୍ମା ଏବଂ ଭବାନିପାଟଣାର ଝିଲମନ୍ ନିଆଲ ଓ ସାହିଲ ରାଇକୱାଲ ଉପ ବିଜେତା ହୋଇଥିଲେ। ୧୭ ବର୍ଷ ବର୍ଗ ଡବଲ୍ସ୍ ରେ ଭବାନିପାଟଣାର ରୀୟନ୍ ଠାକୁର ଓ ଅମୃତ ରାଜ ଯୋଶୀ ବିଜେତା ଏବଂ ଜୁନାଗଡ଼ର ଦିଗବିଜୟ ସିଂହ ଓ ଚନ୍ଦ୍ର ଶେଖର ଶର୍ମା ଉପ ବିଜେତା ହୋଇଥିଲେ। ଓମେନ୍ସ ସିଙ୍ଗଲ ରେ ଜୁନାଗଡର ଅଞ୍ଜଳି ନାଏକ ଓ ରୋଜାଲିନ ନାଏକ ବିଜେତା ହୋଇଥିଲେ। ଓମେନ୍ସ ଡବଲ୍ସ୍ ରେ ଜୁନାଗଡର ଭାରତୀ ଭୋଇ ଓ ପ୍ରମିଳା ଶବର ବିଜେତା ହୋଇଥିଲେ । ଏଥିରେ କ୍ରୀଡା କମିଟିର ମୁଖ୍ୟ ଦୁର୍ଗା ସିଂ, ଦିଲିପ କୁମାର ଧଙ୍ଗଡ଼ା ମାଝି, ଚକ୍ରଧର ବାଗ, ସୋରଜ୍ ପଣ୍ଡା, ଏବଂ ଦିଲିପ ପଣ୍ଡା ମୁଖ୍ୟ ଦାୟିତ୍ୱ ବହନ କରିଥିଲେ । ଏଠାରେ ସମସ୍ତ ୱାର୍ଡ ର ପାରିଷଦ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ସମସ୍ତ ବର୍ଗର ବିଜେତା ଓ ଉପ ବିଜେତା ଖେଳାଳିଙ୍କୁ ଜୁନାଗଡ଼ ମହୋତ୍ସବ ରେ ପୁରସ୍କୃତ କରାଯିବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.