କୋଇଲା ବୋଝେଇ ୱାଗନରେ ଲାଗିଲା ନିଆଁ

ରେଳବାଇ କର୍ତ୍ତୁପକ୍ଷଙ୍କ ତତ୍ପରତା ଓ ଦମକଳ ବିଭାଗର ସହଯୋଗରେ ଏଡେଇ ଦିଆଗଲା ଏକ ବଡ ଧରଣର କ୍ଷୟକ୍ଷତିକୁ 

ରାୟଗଡ,୩୧/୭ : ରାୟଗଡ ରେଳ ଷ୍ଟେସନର ୭ନମ୍ବର ଟ୍ରାକରେ ଛିଡା ହୋଇଥିବା ଏକ କୋଇଲା ମାଲ ବୋଝେଇ ୱାଗନରେ ନିଆଁ ଲାଗିଥିଲା । ତେବେ ରେଳବାଇ କର୍ତ୍ତୁପକ୍ଷଙ୍କ ତତ୍ପରତା ଯୋଗୁଁ ଏକ ବଡ କ୍ଷୟକ୍ଷତିକୁ ଏଡାଇ ଦିଆଯାଇଛି । ୱାଗନରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଦମକଳ ବାହିନୀକୁ ଖବର ଦିଆଗଲା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ । ଏ ନେଇ ରାୟଗଡ ରେଳ ଷ୍ଟେସନ ମାଷ୍ଟର ପି.ସି. ସେଠୀଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଷ୍ଟେସନର ୭ନମ୍ବର ଟ୍ରାକରେ ଗତ ଏକ ମାସରୁ ଉର୍ଦ୍ଧ ସମୟ ହେବ କୋଇଲା ମାଲ ବୋଝେଇ ପାଖାପାଖି ୨୦ଟି ପିସମିଲ୍ ୱାଗନ ଲୁଜ୍ ଭେଇକଲ ଛିଡା ହୋଇ ରହିଛି । ତେବେ ଗତ ରବିବାର ଦିନ ଗୋଟିଏ ୱାଗନର କୋଇଲା ୱାଗନରୁ ଉପରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ରେଳବାଇ କର୍ମଚାରୀମାନେ ।

ଏ ନେଇ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଯିବା ପରେ ନିରାପତା ବିଭାଗ ଦ୍ୱାରା ପାଣି ପକାଯାଇ ତାକୁ ଲିଭାଇବାକ ଚେଷ୍ଠା କରାଯାଇଥିଲା । ହେଲେ କୈାଣସି କାରଣରୁ ପୁଣି ଥରେ ସେହି ୱାଗନରେ ତିନିଦିନ ପରେ ଆଜି (ବୁଧବାର) ଅପରାହ୍ନରେ ଧୂଆଁ ଦେଖି ସ୍ଥାନୀୟ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ତେବେ ରେଳଷ୍ଟେସନ ସଂପୂର୍ଣ୍ଣ ବିଦ୍ୟୁତକରଣ ହୋଇଥିବା ଯୋଗୁଁ ବିଦ୍ୟୁତ୍ କାଟ କରିବାରେ କିଛିଟା ବିଳମ୍ବ ହୋଇଥିଲେ ହେଁ ଦମକଳ ବାହିନୀ ଦୀର୍ଘ ୧ଘଣ୍ଟା ଧରି ୱାଗନରେ ପାଣି ପକାଇବା ପରେ ଆଉ ଧୂଆଁ ବାହାରି ନ ଥିବା ଷ୍ଟେସନ ମାଷ୍ଟର ଶ୍ରୀ ସେଠୀ ସୂଚନା ଦେଇଥିଲେ । ଅପରପକ୍ଷେ କୋଇଲା ଏକ ଇନ୍ଧନ ସାମଗ୍ରୀ ହୋଇଥିବାରୁ ଟାଣଖରାର ପ୍ରକୋପରେ ଏହି ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ ଶ୍ରୀଯୁକ୍ତ ସୁନାନୀ ସୂଚନା ଦେଇଥିଲେ ।

 

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.