ରାୟଗଡ K9 ସ୍କାଡ୍ ସଭ୍ୟ ଡଗ୍ ସଫି’ର ସଫଳତା

ସର୍ବ ଭାରତୀୟ ପୋଲିସ ଡ୍ୟିୁଟି ମିଟ୍ ଡଗ୍ ପ୍ରତିଯୋଗିତାରେ ୪ର୍ଥ ସ୍ଥାନରେ ସଫି

Omkar Vasthu
Omkar Vasthu

ରାୟଗଡ,୩୧/୭ : ମାଓ ଅଧ୍ୟୁଷିତ ରାୟଗଡ ଜିଲ୍ଳା । ଦୁର୍ଗମ ଘଞ୍ଚ ପାହାଡ ଜଙ୍ଗଲରେ ରହୁଥିବା ଆଦିବାସୀ ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡିଥିବା ବେଳେ ମୈାଳିକ ଅଧିକାର ଏବଂ ସରକାରଙ୍କ ବିରୋଧରେ ପ୍ରବର୍ତ୍ତାଇବା ଏବଂ ବିକାଶମୂଳକ ଯୋଜନାରୁ ବଞ୍ଚିତ କରି ରଖିବା ପାଇଁ ମାଓବାଦୀମାନେ ସବୁ ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନିଜର ବନ୍ଧୁକ ମୁନରେ ଡରାଇ ଧମକାଇ ପ୍ରଶାସନ ନିକଟରୁ ଏମାନଙ୍କ ଦୂରତା ବଢାଇ ରଖିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ବୋମା ଠାବ କରିବାରେ ଓସ୍ତାଦ ଡଗ୍ ସଫି

Udyog Nursery
Udyogi Nursery

ତେବେ ମାଓବାଦୀମାନଙ୍କ ଏପରି କାର୍ଯ୍ୟକଳାପକୁ ରୋକିବା ପାଇଁ ଓ ଲୋକଙ୍କ ମନରେ ସରକାରଙ୍କ ଉପରେ ବିଶ୍ୱାସ କରିବା ପାଇଁ ପୋଲିସ ସୁରକ୍ଷା ବଳ ଯବାନମାନେ ଯେତେବେଳେ କୁମ୍ଭିଂ ଅପରେସନରେ ବାହାରିଥାନ୍ତି ସେହି ସମୟରେ ସେମାନଙ୍କ ଉପରେ ଟାର୍ଗେଟ କରି କୈାଣସି ଏକ ବଡ ଅଘଟଣ ଘଟାଇବାକୁ ମାଓବାଦୀମାନେ ଯୋଜନା କରି ଯିବା ଆସିବା ରାସ୍ତାରେ ଓ କଲଭର୍ଟଗୁଡିକରେ ବୋମା ଖଞ୍ଜିଥାନ୍ତି । ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମାଗୁଡିକ ବିସ୍ପୋରଣ ଯୋଗୁଁ ଅନେକ ସମୟରେ ବହୁ ପୋଲିସ ସହିଦ ହୋଇଥିବା ନଜିର ରହିଛି । ତେବେ ରାସ୍ତାରେ ଖଂଜା ଯାଇଥିବା ବୋମାକୁ ଠାବ କରିବାରେ ଓସ୍ତାଦ ଥିବା ରାୟଗଡ K9 ସ୍କାଡ୍’ର ଡଗ୍ ସଫି ମାଓବାଦୀମାନଙ୍କ ଯୋଜନାକୁ ପଣ୍ଡ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ବହୁ ଯବାନମାନଙ୍କ ଜୀବନକୁ ବଞ୍ଚାଇ ଆସିଛି । ସେହିପରି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପରି ବିଶିଷ୍ଠ ବ୍ୟକ୍ତିଙ୍କ ଗସ୍ତରେ ମଧ୍ୟ ଠିକ୍ ଭାବେ ଡଗ୍ ସଫି ନିଜ କାର୍ଯ୍ୟ ସଂପାଦନା କରିଆସିଛି ।

ସର୍ବ ଭାରତୀୟ ପୋଲିସ ଡ୍ୟିୁଟି ମିଟ୍ ଡଗ୍ ପ୍ରତିଯୋଗିତାରେ ୪ର୍ଥ ସ୍ଥାନରେ ସଫି

ଏପରି ସାହସିକତା ଓ ଦକ୍ଷତା ଥିବା ଯୋଗୁଁ ଚଳିତ ମାସର ଜୁଲାଇ ୧୬ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତର ପ୍ରଦେଶର ଲକ୍ଷେ୍ନାରେ ୬୨ତମ ଅଲ୍ ଇଣ୍ଡିଆ ପୋଲିସ ଡ୍ୟିୁଟି ମିଟ୍-୨୦୧୯ ଅବସରରେ କରାଯାଇଥିବା ଡଗ୍ ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ଅଧିକାର କରିପାରି ରାୟଗଡ ଜିଲ୍ଳାର ନାମକୁ ଗୈାରାବନ୍ୱିତ କରିପାରିଛି ଡଗ୍ ସଫି । ଏହି ପ୍ରତିଯୋଗିତାରେ ଡଗ ସଫିକୁ ପରିଚାଳନା କରୁଥିବା ହ୍ୟାଣ୍ଡଲର କନେଷ୍ଟବଳ ରବିନ୍ଦ୍ର ସୂର୍ଯ୍ୟ ସାହୁକାର ମଧ୍ୟ ସମ୍ମାନୀତ ହୋଇଥିଲେ । ରାଜ୍ୟ ପୋଲିସ ବିଭାଗ ଅଧୀନର ସିଆଇଡି କ୍ରାଇମ ବ୍ରାଂଚ ବିଭାଗର ଡଗ୍ ସ୍କାଡରେ ସାମିଲ ହେଲା ସଫି ।

ସଫି ବିଷୟରେ ସମ୍ୟକ ସୂଚନା

ଲାବ୍ରୋଡର ବ୍ରିଡ୍ ପ୍ରଜାତିର ଡଗ ସଫିକୁ ଏବେ ୧୦ବର୍ଷ ହୋଇଛି । ସଫି ଗତ ୨୦୧୧ମସିହା ଜାନୁୟାରୀ ୧୧ତାରିଖରେ ରାୟଗଡ ଜିଲ୍ଳା ପାଇଁ ବୋମା ଠାବ କରିବା କେ୯ ସ୍କାର୍ଡ ଟିମର ସଭ୍ୟ ଭାବେ ନିୟୋଜିତ ହୋଇଥିଲା । ଡଗ୍ ସଫିକୁ ମାତ୍ର ୬ମାସ ହେବା ସମୟରେ ସେ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଳାର ଟିକାନପୁର ଠାରେ ଥିବା ବିଏସଏଫ ଏକାଡେମିକର ନ୍ୟାସନାଲ ଟ୍ରେନିଂ ସେଂଟର ଫର୍ ଡଗ (ଏନଟିସିଡି)ରେ ସେଠାରେ ୬ମାସ ପର୍ଯ୍ୟନ୍ତ ତାଲିମ ନେଇ କଟକ ଫେରିଥିଲା । ୨୦୧୬ ମସିହାରେ ହରିଆଣାର ମାନେଶ୍ୱର ଠାରେ ଏନଏସଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ)ରେ ହୋଇଥିବା ପ୍ରତିଯୋଗିତାରେ ଡଗ୍ ସଫି ଓଡିଶା ଟିମକୁ ଚମ୍ପିଆନ କରିବାରେ ତାହାର ଭାଗିଦାର ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ସେହିପରି ୨୦୧୮ ମସିହା ସେପ୍ଟେମ୍ବରରେ ୬୬ତମ ରାଜ୍ୟ ପୋଲିସ ଡ୍ୟିୁଟି ମିଟ ଅବସରରେ ହୋଇଥିବା ଡଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିପରି ରାୟଗଡ ଜିଲ୍ଳାରେ ଗତ ୨୦୧୬ ମସିହା ନଭେମ୍ବର ୪ତାରିଖରେ ହାଟମୁନିଗୁଡା ମୁଖ୍ୟରାସ୍ତାରେ ଆଇଡି ବୋମାକୁ ଠାବ କରିବା,୨୦୧୭ ମସିହା ଫେବୃୟାରୀ ୧୭ତାରିଖରେ ଚାଲିଥିବା ପଂଚାୟତ ନିର୍ବାଚନ ସମୟରେ ମୁନିଗୁଡା ଥାନା ଅର୍ନ୍ତଗତ ସକଟା ଠାରୁ ୮କିଲୋମିଟର ଦୂର ନିୟମଗିରି ପାହାଡ ଅଂଚଳରେ ଥିବା ଡେମୁଣି ଠାରୁ ବୋମା ଠାବ କରିବା, ୨୦୧୮ମସିହା ଏପ୍ରିଲ ୫ତାରିଖରେ ରାୟଗଡ ଥାନା ଅନ୍ତର୍ଗତ ବାରିଝୋଲା ଫାୟରିଂ ରେଂଜ ଅଂଚଳରେ ସିଆରପିଏଫ ଯବାନକୁ ଟାର୍ଗେଟ କରି ଖଂଜା ଯାଇଥିବା ବୋମାକୁ ଠାବ କରିବା ଏବଂ ୯ତାରିଖରେ ମୁନିଗୁଡା ଥାନା ସକଟା ରାସ୍ତା ଦେଇ ପୋଲିସ ଫେରୁଥିବା ବେଳେ ଗୋଟିଏ ବୋମା ବିସ୍ପୋରଣରେ ଶହୀଦ କନେଷ୍ଟବଳ ସଂଜୟ ମାଝିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ଖଞ୍ଜା ଯାଇଥିବା ବୋମାକୁ ଠାବ କରି ବାହାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଓସ୍ତାଦ ଡଗ ସଫି ।

ଛୁଟୁଛି ଶୁଭେଚ୍ଛାର ସୂଅ 

ରାୟଗଡ ଜିଲ୍ଳାର କେ୯ ସ୍କାଡ୍ ରେ ନିୟୋଜିତ ଡଗ ସଫିର କାର୍ଯ୍ୟ ଦକ୍ଷତା ଯୋଗୁଁ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ. ସଫି ଓ ତାଙ୍କୁ ପରିଚାଳନା କରୁଥିବା ହ୍ୟାଣ୍ଡଲାର ରବିନ୍ଦ୍ରଙ୍କୁ ଶୁଭଚ୍ଛା ଜଣାଇଛନ୍ତି । ଏଥିସହ ବିଭିନ୍ନ ମହଲ ଏବଂ ସୋସିଆଲ ମିଡିଆରେ ସଫି ପାଇଁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.