ଜିଲ୍ଲା ସ୍ତରୀୟ ସିଏମ ଟ୍ରଫି ଉଦଯାପିତ; ଉଲୁଣ୍ଡା ବିଏସ୍ଏ ଟିମ୍ ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଚାଲିଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଜିଲ୍ଲା ସ୍ତରୀୟ ଆନ୍ତଃ କ୍ଲବ୍ ଫୁଟ୍‌ବଲ୍‌ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଲନାଲ ଖେଳ ନିମ୍ନା ରାମଜୀ କ୍ଲବ୍ ଓ ଉଲୁଣ୍ଡା ବିଏସଏ ଦଳ ମଧ୍ୟରେ ହୋଇଥିଲା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲ୍‌ରେ ଖେଳ ଅମୀମାଂସିତ ରହିଥିଲା। ଟାଇବ୍ରେକର ସହାୟତାରେ ୩-୨ ଗୋଲ୍‌ରେ ବିଏସ୍ଏ ଦଳ ଚାମ୍ପିଅନ ହୋଇଛି। ଉଲୁଣ୍ଡା ଦଳର କରମଜିତ୍ ଭେସ୍ରା ମ୍ୟାନ୍ ଅଫ ଦ ମ୍ୟାଚ୍, ବେଷ୍ଟ ଗୋଲ୍ କିପର ଭାବେ ନିମ୍ନl ଦଳର ବଳଦେବ ବେହେରା, ମ୍ୟାନ ଅଫ ଦ ସିରିଜ ଭାବେ ନିମ୍ନା ଦଳର ଅଂଶୁମାନ ବେହେରା, ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଚରଦା ଦଳର ଚନ୍ଦ୍ର ଷାଣ୍ଢଙ୍କୁ ଅତିଥିମାନେ ପୁରସ୍କୃତ କରାଯାଇଥିଲା। ମ୍ୟାଚ କମିସନର ଭାବେ ଜିତେନ୍ଦ୍ର ଥନାପତି ଥିଲାବେଳେ ମୁଖ୍ୟ ରେଫରି ପ୍ରଶାନ୍ତ ସେଠୀ, ସହଯୋଗୀ ରେଫରି ଅଜିତ ଠେଲା, ରାଜେଶ ଥନାପତି ଏବଂ ଫୋର୍ଥ ଅଫିସିଆଲ୍ ଭାବେ ଅନିତା ମହାନନ୍ଦ ଖେଳ ପରିଚାଳନା କରିଥିଲେ। ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଧାରା ବିବରଣୀ ଦେଇଥିଲେ। ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଡେପୁଟି କଲେକ୍ଟର ତଥା ସୋନପୁର ଭାରପ୍ରାପ୍ତ ବିଡିଓ ପ୍ରତୀକ କର, ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର, କଟକ ସ୍ପୋର୍ଟସ ହଷ୍ଟେଲ ଇନଚାର୍ଜ ଗଙ୍ଗାଧର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂଘ ଉପସଭାପତି ଚିତ୍ତରଞ୍ଜନ ତରାସିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଖେଳରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ବିକାଶ ପାଢ଼ୀଙ୍କ ସମେତ ଚନ୍ଦନ ବେହେରା, ସୁଜିତ୍ ବରିହା, ଗୁରୁ ଦଳେଇ, ରଂଜୁ ସାହୁ, ଅନିଲ ସାହୁ, ଶିବ, ରବି ଗୁରୁ, ଚୈତ୍ୟନ୍ୟ, କିରଣ ନାଏକ, ଚାହଦ ମଜୁମଦାର, ବସିର ମହମ୍ମଦ, ସଦା ସାହୁ, ଦିଲୀପ ସାହୁ, ପୁରେନ ନାଏକ, କଲିମ ମହମ୍ମଦ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.