ଜାତିଗତ ଜନଗଣନା ପାଇଁ ଦାବି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପହଞ୍ଚିଛନ୍ତି। ତାଙ୍କ ସହ ଧର୍ମପତ୍ନୀ ସାଂସଦ ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ଅଖିଳେଶ-ଡିମ୍ପଲ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଅଖିଳେଶଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ବେଶ୍ ସରଗରମ ହୋଇ ଉଠିଛି। ଭୁବନେଶ୍ୱରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଯାଦବ ଜାତିଗତ ଜନଗଣନା ପାଇଁ ଦାବି କରିଛନ୍ତି। ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଓ କାର୍ଯ୍ୟକର୍ତ୍ତାମାନେ ଅଖିଳେଶଙ୍କ ସହିତ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।