ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟରେ ନାରୀ ନିର୍ଯ୍ୟାତନ, ଗଣବଳାତ୍କାର, ବାଳିକା ନିଖୋଜ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ କେନ୍ଦ୍ର ସରକାରଙ୍କ ୫୦ ଟଙ୍କା ଗ୍ୟାସ ବୃଦ୍ଧି ପ୍ରତିବାଦରେ ଆଜି ସୋନପୁର କଂଗ୍ରେସ ପକ୍ଷରୁ ସ୍ଥାନୀୟ ଅମ୍ବେଦକର ଛକରେ ଏକ ମଶାଲ ଶୋଭାଯାତ୍ରା ହୋଇଯାଇଛି। ଏହି ଶୋଭାଯାତ୍ରା ଆମ୍ବେଦକର ଛଳରୁ ବାହାରି ବ୍ଳକ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପଟ୍ଟନାୟକ, ସୁଧୀର ପଣ୍ଡା, ମାଧବ କୁମ୍ଭାର, ରାଜେଶ ମିଶ୍ର, ଲଛମନ ସୁନା, ରାଜେନ୍ଦ୍ର ମେହେର, ଭବାନୀ ଦୀପ, ସଚ୍ଚିଦାନନ୍ଦ ସାହୁ ଏବଂ ଭରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।