ନକଲି ସାମ୍ବାଦିକ ଚିହ୍ନଟ ଦାବି : ଜିଲ୍ଲପାଳ ଏବଂ ଏସପିଙ୍କୁ ଭେଟିଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ ନୂଆପଡା (JAN) 

ନୂଆପଡା,୧/୮ : ନୂଆପଡା ଜିଲ୍ଲାରେ ଦିନକୁ ଦିନ ନକଲି ସାମ୍ବାଦିକ ବଢ଼ିବାରେ ଲାଗିଛନ୍ତି, ଯାହାଫଳରେ ଗଣମାଧ୍ୟମ ବଦନାମ ହେବାର ଲାଗିଛି । ଏଭଳି ପରିସ୍ଥିତିରେ ଜିଲ୍ଲାରେ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ନୂଆପଡା (JAN ) ତରଫରୁ ନୂଆପଡା ଜିଲ୍ଲପାଳ ମଧୁସ୍ମିତା ସାହୁ ଏବଂ ଆରକ୍ଷୀ ଅଧିକାରୀ ସ୍ମିଥ ପରମାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଜାନ ର ସଭାପତି ମାୟାଧର ସରାଫଙ୍କ ସଭାପତିତ୍ୱରେ ଜିଲ୍ଲା ମୃର୍ତ୍ତିକା ସଂରକ୍ଷଣ ବିଭାଗ ସଭାଗୃହ ଠାରେ ଜାନ ର ସଦସ୍ୟମାନେ ଏକତ୍ରିତ ହୋଇ ସେଠାରୁ ଜିଲ୍ଲପାଳ ଓ ଆରକ୍ଷୀ ଅଧିକାରୀଙ୍କୁ ଦାବୀ ପତ୍ର ଦେବା ପାଇଁ ଯାଇଥିଲେ । 

ଜାନ ପକ୍ଷରୁ ଦାବୀ ଗୁଡିକ ହେଲା ଜିଲ୍ଲାରେ ସମସ୍ତ ସାମ୍ବାଦିକଙ୍କ ପରିଚୟ ପତ୍ର ବ୍ୟକ୍ତିଗତ ଭାବେ ଯାଞ୍ଚ ହେଉ ।ଯାଞ୍ଚ ସମୟରେ କୌଣସି ସଂଘର ସଦସ୍ୟଙ୍କୁ ସାମିଲ କରାଯାଉ । ସରକାରୀ ପ୍ରେସ ମିଟ ରେ କେବଳ ପ୍ରକୃତ ସାମ୍ବାଦିକ ଓ ଜିଲ୍ଲା ପ୍ରତିନିଧି ଙ୍କୁ ଡକାଯାଉ । ସରକାରୀ ୱେବ ସାଇଡରେ ସାମ୍ବାଦିକ ଙ୍କ ତାଲିକା ରେ ଅନେକ ଭୁଲ ରହିଛି ତାକୁ ସଂଶୋଧନ କରାଯାଉ । ଯୋଗ୍ୟ ସାମ୍ବାଦିକଙ୍କୁ ଜିଲ୍ଲା ୱେବ ସାଇଟ୍ ରେ ସ୍ଥାନ ଦିଆଯାଉ ଏବଂ କର୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ।

ଏହି ସଭାରେ ଜାନ ର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଖୁଟୁରାମ ସୁନାନୀ, ରତନ କେତକୀ, ଅଶ୍ୱିନୀ ପାଣିଗ୍ରାହୀ, ଯୁଧିଷ୍ଠିର ପଟେଲ, ସୁଶାନ୍ତ କର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, ତଳେଶ୍ଵର ଦେବାଙ୍ଗନ, ବିକାଶ ଖରସେଲ, ସଂଜୀବ ପାଣିଗ୍ରାହୀ, ସନ୍ତୋଷ ବାଗ, ସତ୍ୟବ୍ରତ ସାମଲ, ଶୋଭାରାମ ମହାନନ୍ଦ, ରମେଶ ମେହେର, ମନଫୁଲ ମେହେର, ଅବତ ରମ ସାହୁ, ଜିତେନ୍ଦ୍ରିୟ ମେହେର, ଗୟାରାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
https://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.