ନୂଆପଡା,୧/୮ : ନୂଆପଡା ଜିଲ୍ଲପାଳଙ୍କ ସଭାଗୃହ ଠାରେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ, ଆରକ୍ଷୀ ଅଧିକାରୀ ଶ୍ରୀ ସ୍ମିଥ ପରମାର ଏହି ବୈଠକ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ତରଣୀ ସେନ ନାୟକ, ଡିଆରଡିଏ ପିଡି ଵୃଷବ ଚନ୍ଦ୍ର ନାୟକ, ଆରଟିଓ ପ୍ରଶାନ୍ତ ପରିଡା, ସିଡିଏମଓ ଡ଼ ପ୍ରଭାସିନୀ ବ୍ରହ୍ମ, ପିଡବ୍ଲୁଡି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କିଶୋର ପଣ୍ଡା, ଏସଡିଓ ଖିରଧର କନ୍ଧପାଣି, ଅବକାରୀ ଏସପି ନଳିନୀ ବେହେରା, ନିରୀକ୍ଷକ ଶୁଭମ ନାୟକ, ଏନଏଚ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେର, କନିଷ୍ଠ ଯନ୍ତ୍ରୀ ବୀରେନ୍ଦ୍ର ପାତ୍ର, ଡିଆଇପିଆରଓ ଅଜୟ ପଟ୍ଟନାୟକ, ଶିକ୍ଷା ବିଭାଗରୁ ଅଶ୍ୱିନୀ ଭୋଇ, ବେସରକାରୀ ବସ ମାଲିକ ସଂଘ ସଭାପତି ପ୍ରଦୀପ ସ୍ୱାଇଁ, ସମ୍ପାଦକ ଶୁଶାନ୍ତ ପତି ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ ।
ଏନଏଚ କତୃପକ୍ଷଙ୍କୁ ତାଗିଦ କରି ରାସ୍ତା କାମକୁ ତୁରନ୍ତ ସମ୍ପୂର୍ଣ କରିବାକୁ ନିର୍ଦେଶ ଦେଲେ ଜିଲ୍ଲାପାଳ
ପ୍ରକାଶ ଯେ ଜାତୀୟ ରାଜପଥ ୩୫୩ ଜିଲ୍ଲାର ଜୀବନ ରେଖା ପାଲଟି ଥିବା ବେଳେ ବର୍ତମାନ ଏହି ଜାତୀୟ ରାଜପଥର ଅବସ୍ଥା ଅତି ସଙ୍କଟପୂର୍ଣ୍ଣ । ରାସ୍ତା ବର୍ତମାନ ମରଣ ଯନ୍ତା ପାଲଟିଛି । ପ୍ରତେକ ଦିନ ସଡ଼କ ଦୁର୍ଘଟଣା ଘଟୁଛି । ବିଗତ ୪/୫ ବର୍ଷ ହେବ ରାସ୍ତା କାମ ସମ୍ପୂର୍ଣ ହୋଇ ପାରି ନାହିଁ । ତେବେ ଜିଲ୍ଲପାଳ ଏନଏଚ କତୃପକ୍ଷଙ୍କୁ ତାଗିଦ କରି ରାସ୍ତା କାମକୁ ତୁରନ୍ତ ସମ୍ପୂର୍ଣ କରିବାକୁ ନିର୍ଦେଶ ଦେଇଛନ୍ତି ଓ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଂଚଳରେ ରାଜପଥ କାମକୁ ମଧ୍ୟ ତୁରନ୍ତ ସମ୍ପୂର୍ଣ କରିବାକୁ ନିର୍ଦେଶ ଦେଇଛନ୍ତି । ନଚେତ ଆରକ୍ଷୀ ଅଧିକାରୀ ତୁରନ୍ତ ଏନଏଚ କତୃପକ୍ଷଙ୍କ ଉପରେ ପଦକ୍ଷେପ ନେବେ ବୋଲି ଚେତାଇ ଦେଇଛନ୍ତି । ରାଜପଥ ଉପରେ ପିଡବ୍ଲୁଡି ବିଭାଗ ଓ ଆରଟିଓ ତରଫରୁ ସୂଚନା ଫଳକ ଲଗାଇବା ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଛନ୍ତି ।
ସୋଲସିୟମ ପାଣ୍ଠିରୁ ମିଳିବ ସହାୟତା
ଅନ୍ୟ ପକ୍ଷରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ସମନ୍ଧରେ କୌଣସି ବ୍ୟକ୍ତିଙ୍କୁ ପୋଲିସ ସାକ୍ଷୀ ରଖିପରିବ ନାହିଁ କିମ୍ବା ତାଙ୍କୁ ହଇରାଣ ମଧ୍ୟ କରିପାରିବେ ନାହିଁ । ଏବଂ ତାଙ୍କୁ ୨ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯିବ । ସେହିପରି ପରିବହନ ବିଭାଗ ତରଫରୁ ସୋଲସିୟମ ପାଣ୍ଠିରେ ଅଜଣା ଗାଡି ଧକ୍କାରେ ମୃତକଙ୍କ ପରିବାର କୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆଘାତ ବ୍ୟକ୍ତି ଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ଆରଟିଓ ଶ୍ରୀ ପରିଡା ସୂଚନା ଦେଇଛନ୍ତି । ଏହି ବୈଠକକୁ ଆରଟିଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।