ଅନେକଙ୍କୁ ଅପମୃତ୍ୟୁ ଦେବାକୁ ବସିଥିଲା ଟାଟାମେକ୍ସ ଡ୍ରାଇଭର

ବେପରୁଆ ଗାଡି ଚାଳନାର କୁପରିଣିତି 

Omkar Vasthu
Omkar Vasthu

ତିନି ବାଇକକୁ ଧକ୍କା ଦେଲା ଟାଟାମେକ୍ସ, ୨ ଆହତ ଜଣେ ଗୁରୁତର

Pearl dental clinic
Near Ashish Medical Store, Bhawanipatna

ସୋନପୁର,୩/୮ : ସୁବର୍ଣ୍ଣପୁର ସଦର ବ୍ଲକ ଛକ ନିକଟରେ ଜଣେ ଡ୍ରାଇଭରର ବେପାରୁଆ ଗାଡି ଚାଲନା ଯୋଗୁ ଏକ ବଡ ଧରଣର ଦୂର୍ଘଟଣା ଘଟିଛି । ଏକ ଟାଟା ମେକ୍ସ ଗାଡି ତିନୋଟି ମଟର ସାଇକେଲକୁ ଧକ୍କା ଦେବା ଫଳରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଏ ନେଇ ସ୍ଥାନିୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାସହ ଉତ୍ୟକ୍ତ ଲୋକ ଗାଡି ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେବା ସହ ପୁଲିସର ଜିମା ଦେଇଥିବା ସୁଚନା ମିଲିଛି ।

Udyog Nursery
Udyogi Nursery

ପ୍ରକାଶ ଯେ, ୫୭ ନଂ ଜାତିୟ ରାଜପଥରେ ବଲାଙ୍ଗୀର ପଟୁ ଆସୁଥିବା ଓଡି ୧୭-ଇ-୪୦୭୭ ନଂ ବିଶିଷ୍ଟ ଏକ ଟାଟା ମେକ୍ସ ବେପାରୁଆ ଭାବେ ଆସି ଭିଜିଲ୍ଲାନ୍ସ ଅଫିସ ରାସ୍ତା ନିକଟରେ ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା ମାଁ ପୁଅ ଘୋସାଡି ହୋଇ ଆସିଥିଲେ । ତେବେ ସେହି ଗାଡି ପୁଣି ଖସି ଜିବାକୁ ଚେଷ୍ଟା କରୁଥିଲା କିନ୍ତୁ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ନିକଟ ରାସ୍ତାରେ ଥିବା ଦୁଇଟି ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କିରିକିଚି ପାଲିର ଜୟନ୍ତି ମେହେର ଓ ଟିକ ମେହେର ଆହତ ହୋଇଥିଲେ ।

ଟିକ ଗୁରୁତର ଆହତ ହୋଇଥିବା ସୁଚନା ମିଳିବାସହ ସେହିପରି ସେଠାରେ ରାସ୍ତା ପାଶ୍ୱ ବାଇକରେ ବସିଥିବା ବିଜୟ ସାଣ୍ଡ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ଦୂର୍ଘଟଣା ଘଟାଇଥିବ ଡ୍ରାଇଭରର ନାମ ଅକ୍ଷୟ କଅଁର ଓ ଘର ବୌଦ୍ଧ ଜିଲ୍ଲା ମାଧପୁର ବୋଲି ସୁଚନା ମିଳିଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.