କେସିଙ୍ଗା,୩/୮ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅନ୍ତର୍ଗତ ତୁଣ୍ଡଲା ସପ୍ତାହିକ ବଜାର ପଡିଆ ସାମ୍ନା ଗୋପାଳପୁର – ରାୟପୁର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳୁ ଏହି ସ୍ଥାନରେ ବାଇକ ଏବଂ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀଙ୍କ ମୁଣ୍ଡରେ ଜୋର ଆଘାତ ଲାଗି ସେ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ନେଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଆହତ ବ୍ୟକ୍ତିଙ୍କ ନାମ ଜଣାପଡିନଥିବା ବେଳେ ସେ ମ.ରାମପୁର ବ୍ଲକ ଅନ୍ତର୍ଗତ ଅଁଏଲାପାଲି ଗ୍ରାମର ବୋଲି ଜଣା ପଡିଛି ।
କେସିଙ୍ଗା ବ୍ଲକ ପ୍ରତିନିଧି ଦୁର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in