ବ୍ଲକ ଓ ଏନ୍ଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ ସଭା ଗୃହରେ ମଙ୍ଗଲବାର ଜୁନାଗଡ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଦିର୍ଘ ୨୦ ବର୍ଷ ରୁ ଉର୍ଦ୍ଧ ହେବ ଜୁନାଗଡ ଏନ୍ ଏ ସି ଓ ବ୍ଲକ ମିଳିତ ଭାବେ କଳାହାଣ୍ଡି ଉତ୍ସବ ଆୟୋଜନ କରଯାଉଥିଲା l ହେଲେ ଗତ ବର୍ଷ କୈଣସି କାରଣ ପାଇଁ ୨୦ ବର୍ଷ ର ପରମ୍ପରା ଭାଙ୍ଗି ବ୍ଲକ ଓ ଏନ୍ ଏ ସି ପୃଥକ ଭାବେ କଳାହାଣ୍ଡି ଉତ୍ସବ ପାଳନ କରିଥିଲେ l ଏନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ପୁଣି ଥରେ ବ୍ଲକ ଓ ଏନ୍ ଏ ସି ମିଳିତ ଭାବେ ଆୟୋଜନ କରିବା ପାଇଁ ବୈଠକ ରେ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ l ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ସଂସାଦ ପ୍ରତିନିଧି ମୁକେଶ୍ ଅଗ୍ରୱାଲ, ବ୍ଲକ୍ ଉପାଧ୍ୟକ୍ଷ ପ୍ରୋମୋଦ ବେହେରା, ବିଡିଓ ଦେବାଶିସ୍ କର,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ, ତୁଷାର ସାହୁ ପ୍ରମୂଖ ମଞ୍ଚାସୀନ ରହିଥିଲେ l ଏଥିରେ ଜୁନାଗଡ ଅଞ୍ଚଳ ର ସରପଞ୍ଚ, ସମିତି ସଭ୍ୟ ଏବ୍ଂ ଅଞ୍ଚଳ ର ବହୁ ବୁଦ୍ଧିଜିବୀ ଉପସ୍ଥିତ ରହି ମିଳିତ ଭାବେ ଉତ୍ସବ ପାଳନ ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ଜୁନାଗଡ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ପୁଣି ଥରେ ମିଳିତ ଭାବେ ଆୟୋଜନ ପ୍ରସ୍ତାବ ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.