ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ହାଟମୁନିଗୁଡ଼ା ନିବାସି ପୂର୍ବତନ ଏସଡ଼ିଓ ସୁଦର୍ଶନ କୁସୁଲିଆଙ୍କ ପିତା ଭୀମ କୁସୁଲିଆଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସହଧର୍ମିଣୀ ସୁଲଚନା କୁସୁଲିଆ, ଜ୍ୟୋଷ୍ଠ ପୁତ୍ର ପୂର୍ବତନ ଏସଡ଼ିଓ ସୁଦର୍ଶନ କୁସୁଲିଆ, ଶିକ୍ଷୟତ୍ରୀ ବହୁ ବାସନ୍ତି କୁସୁଲିଆ, ଦ୍ୱିତୀୟ ପୁତ୍ର ଶିକ୍ଷକ ସୁରଥ କୁସୁଲିଆ, ବହୁ ଶିକ୍ଷୟତ୍ରୀ ବାସନ୍ତି କୁସୁଲିଆ, କନିଷ୍ଠ ପୁତ୍ର ଲକ୍ଷ୍ମଣ କୁସୁଲିଆ, ବହୁ ସରିତା କୁସୁଲିଆ ଉପସ୍ଥିତ ରହିଥିଲେ। ହାଟମୁନିଗୁଡ଼ା ସ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।





