ଭୈୟା ଦୂଜ: ଜାଣନ୍ତୁ ସୁଭଦ୍ରାଙ୍କ ସହ ଶ୍ରୀକୃଷ୍ଣଙ୍କ ଭଉଣୀ ମାନଙ୍କ ସଂପର୍କରେ

ଦୀପାବଳୀ ପରେ କାର୍ତ୍ତିକ ମାସର ଶୁକ୍ଲପକ୍ଷ ଦ୍ବିତୀୟା ତିଥିରେ ଭୈୟା ଦୂଜ ପାଳିତ ହୁଏ । ରକ୍ଷା ବନ୍ଧନପରି ଭୈୟା ଦୂଜ (Bhaiya Dooj)ର ନିଜସ୍ବ ମହତ୍ବ ରହିଛି । ଭାଇ ଭଉଣୀଙ୍କ ସ୍ନେହ ପ୍ରେମ ଓ ତ୍ୟାଗର ପ୍ରତିକ ଭାବେ ହିନ୍ଦୁ ଧର୍ମରେ ଏହି ପର୍ବର ଯଥେଷ୍ଟ ଗୁରୁତ୍ବ ରହିଛି । ଭୈୟା ଦୂଜର ଶୁଭ ଅବସରରେ ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଭଉଣୀ ମାନଙ୍କ ବିଷୟରେ ଜଣାଉଛୁ । ଶ୍ରୀକୃଷ୍ଣ ଭଉଣୀ ସୁଭଦ୍ରାଙ୍କ ପ୍ରତି ଗଭିର ସ୍ନେହ ଭାବ ରଖିଥିଲେ । ତେବେ ସୁଭଦ୍ରାଙ୍କ ଛଡା ସେ ଅନ୍ୟ ଭଉଣୀ ମାନଙ୍କ ପ୍ରତି ସ୍ନେହ ଅନୁରାଗ କମ କରିନାହାନ୍ତି। ସୁଭଦ୍ରାଙ୍କ ସମେତ ଭଗବାନ ଶ୍ରୀକୃଷ୍ଣଙ୍କ ଅନ୍ୟତିନି ଭଉଣୀଙ୍କ ବିଷୟରେ ଆସନ୍ତୁ ଜାଣିବା ।

ସୁଭଦ୍ରା

ଶ୍ରୀକୃଷ୍ଣଙ୍କ ପିତା ବାସୁଦେବଙ୍କ ଅନ୍ୟତମ ପତ୍ନୀ ରୋହିଣୀଙ୍କ କନ୍ୟା ହେଲେ ସୁଭଦ୍ରା । ଭଗବାନ ବଳରାମ ଓ ଦେବୀ ସୁଭଦ୍ରା ଦୁହେଁ ରୋହିଣୀଙ୍କ ସନ୍ତାନ ଥିଲେ । ଯେତେବେଳେ କଂସ ଦେବକୀ ବାସୁଦେବଙ୍କୁ ବନ୍ଦିକରି କାରାଗାରରେ ନିକ୍ଷେପ କଲେ ସେତେବେଳେ ରୋହିଣୀ ଗୋପପୁରର ନନ୍ଦ ମହାରାଜଙ୍କ ପାଖରେ ଆଶ୍ରୟ ନେଲେ । ନନ୍ଦ ଓ ବାସୁଦେବ ଦୁହେଁ କାକାପୁଅ ଭାଇ ଥିଲେ ।

ଏକାଂଗା

ଯଶୋଦାଙ୍କ କନ୍ୟା ହେଉଛନ୍ତି ଏକାଂଗା । କୁହାଯାଏକି ସେ ଏକାନ୍ତ ଗ୍ରହଣ କରିଥିଲେ, ତେଣୁ ଏହାଙ୍କ ବିଷୟରେ ଶାସ୍ତ୍ର ପୁରାଣରେ କ୍ବଚିତ ଦେଖିବାକୁ ମିଳେ । ଏକାଂଗଙ୍କୁ ଯାଦବଙ୍କ କୂଳଦେବୀ ବୋଲି ଗ୍ରହଣ କରାଯାଏ । ଏହାଙ୍କୁ ଯୋଗମାୟା ବୋଲି ମଧ୍ୟ କୁହାଯାଏ ।

ଦ୍ରୋପଦୀ

ଶ୍ରୀକୃଷ୍ଣଙ୍କ ସହ ଦ୍ରୋପଦୀଙ୍କ ପାରିବାରିକ ସଂପର୍କ (ଜନ୍ମଜାତ)  । ତେବେବି ତାଙ୍କୁ ଭଉଣୀର ସ୍ନେହ ଦେଇଛନ୍ତି ଶ୍ରୀକୃଷ୍ଣ । ମନାହିଁହାଭାରତ ଅନୁସାରେ ଶିଶୁପାଳଙ୍କ ବଧପରେ ଯେତେବେଳେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠୀ କଟିଯାଇ ରକ୍ତ ବାହାରୁଥିଲା ସେତେବେଳେ ଦ୍ରୋପଦୀ ତାଙ୍କ ଶାଢୀର କାନି ଚିରି ତାଙ୍କ ଆଙ୍ଗୁଳୀରେ ବାନ୍ଧିଥିଲେ । ଏହି ଘଟଣାପରେ ଭଗବାନ ଶ୍ରୀକୃଷ୍ଣ ଦ୍ରୋପଦୀଙ୍କ ବସ୍ତ୍ରହରଣ ସମୟରେ ତାଙ୍କୁ କୋଟିବସ୍ତ୍ର ଦେଇ ଋଣ ସୁଝିଥିଲେ । ଶ୍ରୀକୃଷ୍ଣଙ୍କ ପିଉଷୀ କୁନ୍ତୀଙ୍କ ବୋହୁ ଥିଲେ ଦ୍ରୋପଦରାଜ ନନ୍ଦିନୀ ଦ୍ରୋପଦୀ ।

ମହାମାୟା

ମାତା ସତୀ ଯସୋଦାଙ୍କ ଗର୍ଭରୁ ମହାମାୟା ରୂପରେ ଜନ୍ମ ନେଇଥିଲେ । ବାସୁଦେବ ଯେବେ ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ ପାଖକୁ ଛାଡିବାକୁ ଆସିଲେ ଯିବା ସମୟରେ ତାଙ୍କ ଝିଅକୁ ସାଥିରେ ନେଇ ଯାଇଥିଲେ । ପ୍ରସ୍ତର ଶିଳା ଉପରେ ଯେତେବେଳେ କଂସ ମହାମାୟାଙ୍କୁ କଚାଡିବାକୁ ଗଲା ତ ମହାମାୟା ତା ହାତରୁ ଛିଟିକିଯାଇ ଶୂନ୍ୟ ପଥରେ ନିଜ ଆକାରରେ ପ୍ରକଟହୋଇ କଂସକୁ ଶୂନ୍ୟବାଣୀ ସୁଣାଇଲେଯେ, ତୋତେ ମାରିବାଲୋକ ଜନ୍ମହୋଇ ସାରିଛି।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.