ରାସ୍ତା କଡରୁ ମୃତ ଦେହ ଠାବ, ହତ୍ଯା ସନ୍ଦେହ 

ଜୁନାଗଡ଼,୯/୧ : ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଏକ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ ହୋଇଛି । ମୃତ ବ୍ଯକ୍ତି ଜଣକ ହେଉଛନ୍ତି ଖଲିଆପାଲି ପଞ୍ଚାୟତ କାଲିପୁର ଗ୍ରାମ ର ଭକ୍ତ ଚରଣ ଚନ୍ଦନ (୪୩) । ସୁଚନା ଅନୁଯାୟି ଗତକାଲି ସନ୍ଧ୍ୟା ପାଞ୍ଚଟାରେ ଭକ୍ତ ପାଞ୍ଚ ହଜାର ଟଙ୍କା ଧରି ସିମେଣ୍ଟ କିଣିବା ପାଇଁ କେଗାଁ ଅଭିମୁଖେ ବାହାରି ଥିଲେ ହେଲେ ଘରକୁ ଆଉ ଫେରି ନ ଥିଲେ । ଘର ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ଯ ପାଇ ନ ଥିଲେ । ଆଜି ସକାଳୁ ସାନଚେର ଗାଁ ମା ବସ୍ତ୍ରାଣୀ ମହାବିଦ୍ୟାଳୟ ନିକଟସ୍ଥ ରାସ୍ତା କଡ ବୁଦାମୁଳରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ , ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତ ଦେହ ଚିହ୍ନଟ କରିଥିବା ଜଣାପଡିଛି । ଉକ୍ତ ଘଟଣା କୁ ନେଇ ଅଞ୍ଚଳ ରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ କେହି ଦୁର୍ବୃତ୍ତ ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରୁଛନ୍ତି । ଘଟଣା ସ୍ଥଳରେ କେଗାଁ ପୋଲିସ୍ ଓ ଡଗ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଓ ଗ୍ରାମ ବାସୀ ରାସ୍ତା ରେ ଶବ ରଖି ଦୋଷୀକୁ ଶିଘ୍ର ଧରିବା ପାଇଁ ଆନ୍ଦୋଳନ ଜାରି ରଖିଥିଲେ । ଉକ୍ତ ଘଟଣା ରେ ପରିବାର ସମ୍ପୁର୍ଣ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳ ର ଜନସାଧାରଣ ଏହାର ଉଚିତ ତଦନ୍ତ ଦାବି କରିବା ସହ ଘଟଣାର ସତ୍ଯତା କୁ ଅପେକ୍ଷା କରିଛନ୍ତି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabartain.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.