ନର୍ଲା ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବରେ ପ୍ରଥମ ପୁରସ୍କାର ପାଇଲା ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

ନର୍ଲା,୯/୧ : ନର୍ଲା ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୦ରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ରୁପ୍ରାରୋଡ ଗ୍ରାମ ପଞ୍ଚାୟତକୁ ପ୍ରଥମ ପୁରସ୍କାର ମିଳିଛି । ବୁଧବାର ବିଳମ୍ବିତ ରାତ୍ରିରେ କଳାପାହାଡ ମଞ୍ଚରେ ସମ୍ମାନୀତ ଅତିଥି ଦୂର୍ଗା ପ୍ରସାଦ ମହାନ୍ତି ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କ ବଳିଷ୍ଠ ନେତୃତ୍ବରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରୁପ୍ରାରୋଡରେ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା । ଏଥିରେ ବିଦ୍ୟାଳୟ ସ୍ଥରରୁ ଆରମ୍ଭ କରି ମହିଳା, ବୟସ୍କ ଓ କଳାକାରମାନେ ଅଙ୍ଗାଙ୍ଗି ଭାବେ ଜଡିତ ଥିଲେ । ସମାଜର ସବୁ ବର୍ଗର ଲୋକଙ୍କ ସହଭାଗିତାରେ ଏହି ଉତ୍ସବ ପାଳନ କରାଯାଇଥିଲା ତଥା କଳାକାର ମାନଙ୍କୁ ଉତ୍ତମ ମଞ୍ଚ ଦେବାରେ ସକ୍ଷମ ହୋଇଥିଲା । ବୀର କମଳ ମାଝୀ ମଞ୍ଚରେ ପାଳିତ ହୋଇଥିଲା ରୁପ୍ରାରୋଡ ପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ ।

ଏହି ଉତ୍ସବର ଏକ ଉଲ୍ଲେଖନିୟ କାର୍ଯ୍ୟ ଥିଲା ସୂଦୁର ପୁରୀର ସାହି ଭାଇ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିବା । ପୁରୀର ଏହି ଅନୁଷ୍ଠାନ ଗତ କିଛି ମାସତଲେ ରୁପ୍ରାରୋଡ ପଞ୍ଚାୟତ ଅଧିନସ୍ଥ ଛତାମହୁଲ ଗ୍ରାମର ଜଣେ ଝିଅର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗ ଦ୍ବାରରେ କରିଥିଲେ । ଭୁବନେଶ୍ବରରେ ଉକ୍ତ ଝିଅର ମୃତ୍ୟୁ ହେବାପରେ ଅସହାୟ ହୋଇ ପଡିଥିଲେ ତାଙ୍କ ପରିବାର । ସେହି ସମୟରେ ସାହି ଭାଇ ଅନୁଷ୍ଠାନ ଆଗେଇ ଆସିଥିଲେ । ତେଣୁ ସେହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରୁପ୍ରାରୋଡ ଡକାଇ କଳାହାଣ୍ଡି ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ ସରପଞ୍ଚ ଚିତ୍ତ ରଞ୍ଜନ । ବ୍ଲକ ସ୍ତରରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ପ୍ରଥମ ପୁରସ୍କାର ପାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.