ବେକରେ ଶାଢ଼ୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ଼,୯/୧ : ଲାଞ୍ଜିଗଡ଼ ରାଜା ପଡାର ଜୀବନ କିଶୋର ଭଞ୍ଜଦେଓଙ୍କ ସ୍ତ୍ରୀ ଜୋସ୍ନା ସିଂ(୩୦) ନିଜ ଶାଢ଼ୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ଦିନ ୨ଟା ସମୟରେ ଜୀବନ ତାଙ୍କର ସ୍ତ୍ରୀ ଜୋସ୍ନା ଓ ମା ଖାଇ ସାରିଲା ପରେ ଜୀବନ ତାଙ୍କ ଇଟଭାଟିକୁ ଯାଇଥିଲା ବେଳେ ଠିକ ଏହି ସମୟରେ ଜୀବନର ୯୫ବର୍ଷର ବୃଦ୍ଧା ମା ଘରେଥିଲେ। ଏତିକି ବେଳେ ନିଜ କୋଠରୀ ଭିତରକୁ ଯାଇ ନିଜ ଶାଢୀରେ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଜୀବନର ମା ଦେଖି ପାଖ ପଡ଼ିଶାକୁ ଡାକିଥିଲା। ପରେ ଜୀବନ ଖବର ପାଇ ଘରେ ପହଞ୍ଚି ଥିଲେ ଓ ଲାଞ୍ଜିଗଡ଼ ଥାନାକୁ ଖବର ଦେଇଥିଲେ। ଲାଞ୍ଜିଗଡ଼ ଏସଆଇ ଡମ୍ବରୁଧର ପ୍ରଧାନ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଏକ ଅପମୃତ୍ୟୁ କେସ ନଂ୧/୨୦୨୦ ମାମଲା ରୁଜୁ କରିଥିଲେ।ଏ ଜୋସ୍ନାଙ୍କ ସ୍ୱାମୀ ଜୀବନ ଭଞ୍ଜଙ୍କୁ ପଚାରିବାରୁ ୨୦୧୦ ମସିହାରେ ବିବାହର ୨ ବର୍ଷ ପରେ ଆମର ପ୍ରଥମ ସନ୍ତାନ ଜନ୍ମ ହୋଇ ତାର ମୃତ୍ୟୁ ହୋଇଥିଲା।ପୁ ୧୬ ମସିହାରେ ଦ୍ୱିତୀୟ ସନ୍ତାନ ମଧ୍ୟ ଜନ୍ମ ପରେ ମୃତ୍ୟୁ ହୋଇଥିଲା। ଫଳରେ ଏହି ସବୁ ଘଟଣାକୁ ନେଇ ସର୍ବଦା ଚିନ୍ତାରେ ଥିଲା। ମାନସିକ ସ୍ତିତି ଟିକେ ଠିକ ରହୁନଥିଲା। ଦିନେ ମତେ ନକହି ମଧ୍ୟ ନିଜ ମା’ ଘରକୁ ଚାଲି ଯାଇଥିଲା। ମା’ ଘରୁ ତାକୁ ବହୁ ବୁଝାସୁଝା କଲାପରେ ପୁଣି ଆସିକି ଘରେ ମୋ ମା’ଙ୍କ ସହିତ ରହୁଥିଲା, କିନ୍ତୁ କାହା ସହିତ ପୂର୍ବ ପରି କଥାବାର୍ତ୍ତା ହେଉନଥିଲା ବୋଲି ପ୍ରକାଶ କରିଥିଲେ। ଆଜି ଜୋସ୍ନାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.