ହୋଟେଲରେ ଚାଲିଛି ବିବାହ, ବ୍ରତ କାର୍ଯ୍ୟକ୍ରମ : ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଉପରେ ହେଉଛି ସାଜସଜ୍ଜା ଓ ପାର୍କିଂ

ମନମାନି କରୁଛନ୍ତି ହୋଟେଲ କର୍ତୁପକ୍ଷ

ରାୟଗଡ,୬/୨ : ରାସ୍ତା ହେଉଛି ସମସ୍ତ ଜନସାଧାରଣଙ୍କ ଯାତାୟାତର ପଥ । ତେବେ ଏହାକୁ ଯଦି ନିଜ ବ୍ୟବସାୟିକ କାର୍ଯ୍ୟକ୍ରମ ସକାଶେ ରାସ୍ତା ଉପରେ ସାଜସଜ୍ଜା ଓ ପାର୍କିଂ ନିମନ୍ତେ ବ୍ୟବହାର କରାଯାଇ ସଂକୀର୍ଣ୍ଣ କରାଯାଏ ତାହାହେଲେ ଅନ୍ୟ ସାଧାରଣ ଜନତା ତଥା ଗାଡି ଚାଳକଙ୍କ ପାଇଁ ଏବଂ ବିଶେଷ କରି ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ଏହା ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ । କେବଳ ନିଜରବ୍ୟବସାୟିକ ମୁନାଫା ପାଇବା ପାଇଁ ମନମାନି କରି ଚାଲିଛନ୍ତି ହୋଟେଲ କର୍ତୁପକ୍ଷ । ଏହି ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିିଳୁଛି ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ସିଧାସଳଖ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ । ଏହି ରାସ୍ତା କଡରେ ତେଜସ୍ୱୀ ଇଂଟରନ୍ୟାସନାଲ ନାମକ ଏକ ତାରକା ହୋଟେଲ ରହିଛି । ବର୍ଷ ତମାମ ଏହି ହୋଟେଲରେ ବିବାହ, ବ୍ରତ, ସଭା, ସମିତି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏଥି ନିମନ୍ତେ ହୋଟେଲକୁ ଆଲୋକମାଳାର ସାଜସଜ୍ଜା କରାଯାଉଥିବା ବେଳେ
ମୁଖ୍ୟ ରାସ୍ତା ଉପରେ ମଧ୍ୟ ଆଲୋକମାଳା ଓ ବିଭିନ୍ନ ସାଜସଜ୍ଜାରେ ସଜ୍ଜିତ କରାଯାଉଥିବାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଅଧିକାରୀ, କର୍ମଚାରୀ ଓ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଲୋକମାଳା ଓ ସାଜସଜ୍ଜା ଯୋଗୁଁ ରାସ୍ତାଟି ବହୁତ ସଂକୀର୍ଣ୍ଣ ହୋଇଯାଉଥିବାରୁ ରାସ୍ତାରେ ଯାତାୟାତ କରିବା ଅସୁବିଧା ହେଉଛି ବୋଲି ଅନେକ ସମୟରେ ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରୁଛନ୍ତି । ଏପରିକି ଜିଲ୍ଳାପାଳଙ୍କ ଗାଡି ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରି ନ ଥାଏ । ମ୍ୟୁନସିପାଲଟି
ଅଧୀନରେ ଥିବା ଜନସାଧାରଣଙ୍କ ବ୍ୟବହାର ନିମିତି ଏହି ରାସ୍ତା ଉପରେ ହୋଟେଲରେ ବିବାହ, ବ୍ରତ କାର୍ଯ୍ୟକ୍ରମଗୁଡିକ ଯୋଗୁଁ ରାଜପଥ ଠାରୁ ଅଧିକ ଗହଳିପୂର୍ଣ୍ଣ ହୋଇଥାଏ । ଏ ନେଇ ହୋଟେଲ ମାଲିକ ଗୈାରୀ ଶଙ୍କରଙ୍କୁ ପଚାରିବାରୁ ସହରରେ ଥିବା ଅନେକ ହୋଟେଲଗୁଡିକରେ ହେଉଥିବା କାର୍ଯ୍ୟକ୍ରମଗୁଡିକ ସମୟରେ ମଧ୍ୟ ରାସ୍ତା ଅବରୋଧ କରାଯାଉଛି । ତେବେ ଯଦି ଅସୁବିଧା ହେଉଛି ତାହା ହେଲେ ଆଗାମୀ ଦିନରେ ମୋ ହୋଟେଲ ସମ୍ମୁଖ ରାସ୍ତାରେ ଏପରି କରାଯିବ ନାହିଁ ବୋଲି ଫୋନ ଯୋଗେ ସୂଚନା ଦେଇଛନ୍ତି । ରାୟଗଡ ସହରରେ ଥିବା ବିଭିନ୍ନ ହୋଟେଲ, କଲ୍ୟାଣମଣ୍ଡପ ଆଦିରେ ବିବାହ, ବ୍ରତ, ସଭା, ସମିତି ଭଳି କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୋଗ ଦେବା ପାଇଁ ଆସୁଥିବା ନିମନ୍ତ୍ରିତ ଅତିଥିମାନେ ନିଜର ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଚାରିଚକିଆ ଗାଡିଗୁଡିକୁ କାର୍ଯ୍ୟକ୍ରମ ସ୍ଥାନଗୁଡିକରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ମନଇଚ୍ଛା ପାର୍କିଂ କରୁଛନ୍ତି । ଏପରି ସ୍ଥଳେ ରାସ୍ତା ଉପରେ ମଧ୍ୟ ସାଜସଜ୍ଜା କରାଯାଉଛି । ସରକାରଙ୍କ ନିୟମାନୁସାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ହେଉ ଅଥବା ଦମକଳ ସେବା ଯୋଗାଇବା ବେଳେ ରାସ୍ତାଗୁଡିକ ଖାଲି ଥିବା ଆବଶ୍ୟକ ସ୍ଥଳେ ଏପରି କାର୍ଯ୍ୟକ୍ରମଗୁଡିକର ସାଜସଜ୍ଜା ଯୋଗୁଁ ସେବା ବାଧାପ୍ରାପ୍ତ ହୋଇଥାଏ । ତେବେ ହୋଟେଲ ମାଲିକ ସଂଘ, ରାୟଗଡର ସଦସ୍ୟ ଅଶୋକ କୁମାର ସାହୁଙ୍କୁ ଫୋନ ଯୋଗେ ରାସ୍ତାଘାଟ ଉପରେ ଆଲୋକମାଳ ତଥା ଅନ୍ୟାନ୍ୟ ପ୍ରକାର ସାଜସଜ୍ଜା କରିବା ନିମନ୍ତେ କଣ ସବୁ ନିୟମ ମାନିବାକୁ ପଡୁଛି ପଚାରିବାରୁ ରାସ୍ତା ହେଲା ଜନସାଧାରଣଙ୍କର । ରାସ୍ତାକୁ
ଅବରୋଧ କରିବା ତଥା କୈାଣସି କାର୍ଯ୍ୟକ୍ରମ ନିମନ୍ତେ ରାସ୍ତା ଉପରେ ସାଜସଜ୍ଜା କରିବା କାହାର ବି ଅଧିକାର ନାହିଁ । ତେଣୁ ସହରରେ ଥିବା ସମସ୍ତ ହୋଟେଲ ମାଲିକମାନେ ଏହାକୁ ଠିକ
ଭାବେ ପାଳନ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ରାୟଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ପର ହୋଇପାରିନାହିଁ ।

Omkar Vasthu
Omkar Vasthu
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

 

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.