ରାୟଗଡରେ ଇ-ଷ୍ଟାପିଙ୍ଗ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ

ରାୟଗଡ,୬/୨ : ରାୟଗଡ ଜିଲ୍ଳା ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ପରିସରରେ ଇ-ଷ୍ଟାପିଙ୍ଗ ବିକ୍ରୟ କେନ୍ଦ୍ର ଉଦଘାଟିତ ହେଇଯାଇଛି । ରାୟଗଡ ସବ ରେଜିଷ୍ଟ୍ରାର ପ୍ରତାପଚନ୍ଦ୍ର ନାୟକ ମୁଖ୍ୟ ଅତିିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଛନ୍ତି । ଜମିଜମା କ୍ରୟ ବିକ୍ରୟ ସମୟରେ ଏହି ଇ-ଷ୍ଟାପିଙ୍ଗ ବ୍ୟବସ୍ଥା ଲୋକମାନଙ୍କୁ ସୁବିଧା ଯୋଗାଇବା ସହ ସରକାରଙ୍କ ରାଜସ୍ୱ ଆଦାୟରେ ସ୍ୱଚ୍ଛତା ଆଣିପାରିବ ବୋଲି ଜଣାପଡିଛି । ସେହିପରି ଗୋଟିଏ ପୃଷ୍ଠାରେ ଅଧିକ ଅର୍ଥର ଷ୍ଟାମ ଲାଗିପାରିବ । ସହଜରେ ଏହି ଷ୍ଟାମ୍ପର ନକଲ ହୋଇପାରିବ ନାହିଁ ଏବଂ ଷ୍ଟାମ୍ପ ହଜିଲେ ସହଜରେ ମିଳିପାରିବ ବୋଲି କୁହାଯାଇଛି । ଦେଶର ୨୧ଟି ରାଜ୍ୟରେ ଇ-ଷ୍ଟାପିଙ୍ଗର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାରେ ରାୟଗଡ ଜିଲ୍ଳାକୁ ମିଶାଇ ୨୩ଟି ସ୍ଥାନରେ ଇ-ଷ୍ଟାପିଙ୍ଗର ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଇ-ଷ୍ଟାପିଙ୍ଗ ବ୍ୟବସ୍ଥାର ଏରିଆ ମ୍ୟାନେଜର ବିପିନ ବିହାରୀ ସାହୁ, କଟକ ଶାଖା ପ୍ରବନ୍ଧକ ଅକ୍ଷୟ କୁମାର ଚାନ୍ଦ ଓ ଏକଜ୍ୟୁଟିଭ ମ୍ୟାଜେନର ବିଭୁପ୍ରସାଦ ଭୂତିଆଙ୍କ ଉଦ୍ୟମରେ ରାୟଗଡରେ ଇ-ଷ୍ଟାପିଙ୍ଗ ବିକ୍ରୟ କେନ୍ଦ୍ର ଖୋଲାଯାଇ ପାରିଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.