ଆମପାଣି ଘାଟିରେ ଓଲଟିଲା ବିସ୍କୁଟ ବୋଝେଇ ଟ୍ରକ

କୋକସରା,୬/୨ : କଳାହାଣ୍ଡି- ନବରଙ୍ଗପୁର ଜିଲ୍ଲା ସିମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ବୁଧବାର ଭୋର ୩ଟା ବେଳେ ଭାରସାମ୍ୟ ହରାଇ ଓଡି ନଂ ୦୨ ବିଜି ୧୦୮୮ ଗାଡି ଓଲଟି ପଡିଥିଲା । ସକାଲେ ଖବର ପାଇ ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମିନୀ ଟ୍ରକକୁ ଉଦ୍ଧାର କରିଛି । ତେବେ ଟ୍ରକ ଡ୍ରାଇଭର ନିଶୀକାନ୍ତ ଜୟସିଂ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ, କଟକରୁ ବିସ୍କୁଟ ବୋଝେଇ ହୋଇ ଟ୍ରକଟି ମାଲକାନଗୀରି ଅଭିମୁଖେ ଯାଉଥିବା ବେଳେ ଭୋର ୩ଟା ସମୟରେ ଆମପାଣି ଘାଟି ଚଢୁଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତରେ ଓଲଟି ପଡିଥିଲା । ତେବେ ଦୁର୍ଘଟଣାରୁ ଟ୍ରକ ଡ୍ରାଇବର ନିଶୀକାନ୍ତ ଜୟସିଂ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ଖବର ପାଇ ଆମପାଣି ପୋଲିସ ଗୁରୁବାର ସକାଳେ ପହଞ୍ଚି ଟ୍ରକଟିକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଥିବା ନେଇ ଆମପାଣି ଥାନା ଏଏସ୍‌ଆଇ ରମେଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ Odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.