ମଣ୍ଡିରେ ପଡିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ : ଟୋକନ ଓ ଟାର୍ଗେଟ ବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ

କଳାହାଣ୍ଡି,୬/୨ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନରେ ରହିଛି ତିନୋଟି କୃଷି ସମବାୟ ସମିତ, ଯଥା ମଣ୍ଡଲ, ବଡକୁଟ୍ରୁ କଲମପୁର । ଏହି କୃଷି ସମବାୟ ସମିତି ମାନଙ୍କରେ ଚାଷୀ ଧାନ ବିକ୍ରି କରିବା ପାଇଁ ନିଜର କଗଜ ପତ୍ର ସମବାୟ ସମିତି ମାନଙ୍କରେ ଆବେଦନ କରିଥିଲେ, ଆବେଦନ ପରେ କାହାର ଟୋକନ ଆସିଲାତ ଆଉ କାହାର ଆସିନାହିଁ, ଯଦି ଆସିଛି ତାହେଲେ ଜମିର ପରିମାଣ ହିିସାବରେ ମଧ୍ୟ ଜଣେ ଜଣେ ଚାଷୀଙ୍କ ଟୋକନ ଅସିନାହିଁ । ଯେଉଁ ଚାଷୀଙ୍କ ଟୋକନ ଆସିଥିଲା ସେମାନେ ମଧ୍ୟ ଅନେକ ସମସ୍ୟାରେ ଧାନ ବିକ୍ରୟ କରିଛନ୍ତି, ଆଉ ଯେଉଁ ଚାଷୀଙ୍କ ଟୋକନ କଟିଯାଇଛି ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡିରେ ଧାନରଖି ଶୀତ କାକରରେ ଜଗିବସିଛନ୍ତି । ଅନେକ ମଣ୍ଡିରେ ଟୋକନ ସମସ୍ୟା ସହ ଟାର୍ଗେଟ ନଥିବା ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଛି । ଚାଷୀ ଟାର୍ଗେଟ ଆସିବା ଦିନକୁ ଅପେକ୍ଷା କରି ମଣ୍ଡିରେ ଚାହିଁ ରହିଛି ।

ସୁଚନାରୁ ପ୍ରକାଶ ଯେ, କଲମପୁର ସମବାୟ ସମିତି ଅଧିନରେ ଦେପୁର, ଇଚ୍ଚାପୁର, ପଣ୍ଡିଗାଁ ଏବଂ କଲମପୁର ଥିବାବେଳେ ଏହି ଚାରିଗୋଟି ମଣ୍ଡିରେ ଧାନ କ୍ରୟ କରିବା ପାଇ ୧ ଲକ୍ଷ ୧୬ ହଜାର ଲକ୍ଷଧାର୍ଯ୍ୟ କରିଥିବାବେଳେ କଲମପୁର ସମବାୟ ସମିତି ପକ୍ଷରୁ ୧ ଲକ୍ଷ ୧୩ ହଜାର ୮ ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି । ଅବଶିଷ୍ଟ ୧ ଶହ ୫ ଜଣ ଚାଷୀଙ୍କ ୯ ହଜାର ୪ ଶହ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ସେହିପରି ବଡକୁଟ୍ରୁ କୃଷି ସମବାୟ ସମିତିରେ ବିଜମରା, ଦୁଲକିବନ୍ଦ, ଡୋଙ୍ଗରୀପଡା, ହରାମାଲ ଓ ବଡକୁଟ୍ରୁ , ଏହି ପାଞ୍ଚଟି ମଣ୍ଡିରେ ଧାନ କ୍ରୟ କରିବା ପାଇଁ ୧ ଲକ୍ଷ ୨୯ ହଜାର ୦.୯୩ କ୍ୱିଣ୍ଟାଲ ଧାନ କ୍ରୟ କରିବାର ଲକ୍ଷଧାର୍ଯ୍ୟ ରହିଥିବାବେଳେ ୧ ଲକ୍ଷ ୨୩ ହଜାର କ୍ରୟ କରାଯାଇଛି । ଅବଶିଷ୍ଟ ୭ ହଜାର କ୍ୱିଣ୍ଟାଲ ଧାନ ଟୋକନ ଓ ଟାର୍ଗେଟ ସମସ୍ୟା ଯୋଗୁଁ ମଣ୍ଡି ମାନଙ୍କରେ ପଡିରହିଛି । ଠିକ୍ ସେହିଭଲି ମଣ୍ଡଲ କୃଷି ସମବାୟ ସମିତି ଅଧିନରେ ମଣ୍ଡଲ ଏବଂ ମୀନଗୁର, ଉଭୟ ମଣ୍ଡିରେ ମଧ୍ୟ ଧାନ କ୍ରୟ କରିବା ପାଇଁ ୯୭ ହଜାର ୪ ଶହ ୧୮ କ୍ୱିଣ୍ଟାଲ ଧାନ ଧାର୍ଯ୍ୟ ହୋଇଥିବା ବେଳେ ୮୯ ହଜାର ୧ ଶହ ୪୧ କ୍ୱିଣ୍ଟାଲ ୧୬ କେଜି ଧାୟ କ୍ରୟ କରାଯାଇଛି । ବାକି ୨ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ସେହିଭଲି ବନ୍ଦକୋନା ମଣ୍ଡିରେ ଏସ୍‌ଏଚଜି ଜରିଆରେ ଧାନ କ୍ରୟ କରିବା ପାଇଁ ୩୮ ହଜାର କ୍ୱିଣ୍ଟାଲ ଧାନ ଧାର୍ଯ୍ୟ ରହିଥିବାବେଳେ ୩୪ ହଜାର କ୍ୱିଣ୍ଟାଲ ଧାନ କ୍ର୍‌ୟ କରାଯାଇଛି । ଅବଶିଷ୍ଟ ୪ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି । ସେହିପରି କୋଟାଗାଁ ଠାରେ ନୁତନ ଏସଏଚଜି ଧାନ କ୍ରୟ ବିଶୟ ସୁଚନା ମିଲିପାରି ନାହିଁ । ତେବେ ମଣ୍ଡି ମାନଙ୍କରେ ଟୋକନ ଓ ଟାର୍ଗେଟ ପାଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ଚଲିତ ମାସ ୮ ତାରୀଖ ସୁଦ୍ଧା ବର୍ଷାହେବାର ସମ୍ଭାବନା ରହିଥିବାବେଳେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କିପରି ସାଇତି ରଖିବେ ସେଥିପ୍ରତି ଚାଷୀଙ୍କୁ ଚିନ୍ତାର କାରଣ ହୋଇଛି । ଯାହା ପାଖରେ ପ୍ରଚୁର ପରିମାଣରେ ଟାରପୋଲିନ ଅଛି ସେମାନେ ମଣ୍ଡିରେ ରଖିଥିବା ଧାନକୁ ଘୋଡାଇ ରଖିଥିବା ଦେଖିବାକୁ ମିଲିଛି ।

ବିଭିନ୍ନ ସମୟରେ କଲମପୁର ଅଞ୍ଚଳର ମଣ୍ଡି ଗୁଡିକରେ ଟୋକନ ଓ ଟାର୍ଗେଟ ସହ ଧାନ ଉଠାଣ ହେଉନଥିବା ସମସ୍ୟାକୁ ନେଇ ଚାଷୀ ବାରମ୍ବାର ରାଜ ରାସ୍ତା ଅବରୋଧ କରିଥିବା ଓ ଏମିତିକି ଧର୍ମଗଡ ଉପ-ଜିଲ୍ଲାପାଳ ଓ ଧର୍ମଗଡ ବିଧାୟକଙ୍କ ଗାଡି ଆଗରେ ଚାଷୀ ସୋଇ ପଡିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ହେଲେ ଆଜିବି ଏହି ଅଞ୍ଚଳର ମଣ୍ଡି ମାନଙ୍କରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡିରହିଥିବା ସହ ଟୋକନ ଓ ଟାର୍ଗେଟ ସମସ୍ୟାରେ ରହିଛନ୍ତି । ଏ ସମ୍ବନ୍ଧେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସଙ୍କୁ ପଚାରିବାରୁ ସମସ୍ତ ମଣ୍ଡି ମାନଙ୍କରେ ଟୋକନ ଓ ଟାର୍ଗେଟର ସମସ୍ୟା ରହିଛି, ବର୍ତ୍ତମାନ ତହସିଲଦାର ଆମ ପାଖକୁ ରିପୋର୍ଟ ଦେଇଛନ୍ତି ସେହି ରିପୋର୍ଟ କୁ ଆମେ ଜିଲ୍ଲା ଯୋଗାଣ ଅଧିକରୀଙ୍କୁ ପଠାଇଦେଇଛୁ ବୋଲି କହିଥିଲେ । ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ କିପରି ଭାବରେ ସିଘ୍ର ଉଠାଣ କରାଯିବ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାଷୀ ମହଲରେ ଦବୀ ହେଉଛି ।

Report : Jagadish Chandra Naik, Special Correspondent OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.