୩୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଗହଲରେ ସଂପନ୍ନ ହେଲା ମା କୁଳବନ୍ଧ ଯାତ୍ରା

ମାନସିକଧାରୀମାନେ ମୁଣ୍ଡନ ସହ ଉଡାଇଲେ ପାରା, ପଶୁବଳିରେ ରକ୍ତରଂଜିତ ହେଲା ମାଁଙ୍କ ପୀଠ

Omkar Vasthu
Omkar Vasthu

ରାୟଗଡ,୧୦/୨ : ଦୁଇ ବର୍ଷ ବ୍ୟବଧାନରେ ହୋଇ ଆସୁଥିବା ରାୟଗଡ ଜିଲ୍ଳା କୋଲନରା ବ୍ଳକ ମୁକୁନ୍ଦପୁର ପଂଚାୟତ ହାତିଖମ୍ବା ଜଙ୍ଗଲରେ ଥିବା ପ୍ରସିଦ୍ଧ ଦେବୀ ମା କୁଳବନ୍ଧଙ୍କ ଐତିହାସିକ ଯାତ୍ରା ରବିବାର ଦିନ ମହା ସମାରୋହରେ ସମାପନ ହୋଇଯାଇଛି । ଝିପି ଝିପ ବର୍ଷା ସ୍ୱତେ ଏଠାରେ ୩୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିଲ୍ଳା ଓ ପୋଲିସ ପ୍ରଶାସନର ସହଯୋଗ ଓ ମନ୍ଦିର ପରିଚାଳନା ଓ ଗାଁ କମିଟିର ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ସଂପନ୍ନ ହୋଇଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରବିବାର ଭୋର ସକାଳୁ ପାରମ୍ପରିକ ଅନୁସାରେ ଦେବୀ ମା କୁଳବନ୍ଧଙ୍କ ସମସ୍ତ ପୂଜାବିଧି ରୀତିନୀତି ଅନୁଯାୟୀ ପୂଜାରୀଙ୍କ ଦ୍ୱାରା କରାଯାଇଥିଲା । ରାୟଗଡ ଜିଲ୍ଳାର ବିଭିନ୍ନ ପ୍ରାନ୍ତ ସମେତ ପଡୋଶୀ କଳାହାଣ୍ଡି, କୋରାପୁଟ, ଗଜପତି ସହ ପଡୋଶୀ ଆନ୍ଧ୍ର ପ୍ରଦେଶ, ଛତିଶଗଡରୁ ବହୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମାଁଙ୍କ ସମସ୍ତ ପୂଜାର୍ଚ୍ଚନା ଶେଷ ହେବା ପରେ ହଜାର ହଜାର ପଶୁବଳିରେ ରକ୍ତରଂଜିତ ହୋଇଥିଲା ମାଁଙ୍କ ପୀଠ । ସେହିପରି ଦୁଇ ବର୍ଷ ଧରି ମାନସିକ ରଖିଥିବା ମାନସିକଧାରୀମାନେ ମୁଣ୍ଡନ ହେବା ସହ ଅପରାହ୍ନରେ ନିକଟସ୍ଥ ବନ୍ଧରେ ମୁଖ୍ୟ ପୂଜାରୀଙ୍କ ପୂଜାର୍ଚ୍ଚନା ପରେ ପାରାଗୁଡିକକୁ ଉଡାଇ ଦିଆଯାଇଥିଲା । ବିଶେଷ କରି ମାଁ ଙ୍କ ଠାରେ ବିଶ୍ୱାସର ସହ ଯେ କୈାଣସି ସମସ୍ୟାର ସମାଧାନ ନିମିତ ମାନସିକ ରଖିଲେ ଯଥା ନିଃସନ୍ତାନ ଦମ୍ପତିମାନଙ୍କୁ ସନ୍ତାନ ସୁଖ, ବାହାଘର ପାଇଁ, ଗାଈ, ଛେଳି, ସୁନା ଅଳଙ୍କାର କିଛି ହଜିଲେ ମିଳିବା ନେଇ ଆଦି ଏବଂ ଅନ୍ୟମାନେ ନିଜର ଅନ୍ୟ ମାନସିକ କରନ୍ତି ଓ ତାହା ପୂରଣ ହେଲେ ସେମାନେ ଯାତ୍ରା ଦିନ ଏଠାରେ ପାରା ଉଡାଇବା, ମୁଣ୍ଡନ ହେବାର ପ୍ରଥା ରହି ଆସିଥିବା ପୂଜାରୀ ସୂଚନା ଦେଇଛନ୍ତି ।

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମାଁଙ୍କ ଦର୍ଶନ କରିଥିବା ବେଳେ ଯାତ୍ରା ସ୍ଥଳରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, କୋଲନରା ବିଡିଓ ତାପସ କୁମାର ଭୋଇ, ଏବିଡିଓ କେ.ଶିବ ଗୋପାଳ ରାଓ, ସରପଂଚ ଶିବ କଣ୍ଡାଗରୀ, ବି.ତିରୁପତି ରାଓଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଚାନ୍ଦିଲି ଥାନା ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବାର ତଦାରଖ କରିଥିଲେ । ସେହିପରି ଗାଡିଗୁଡିକର ପାର୍କିଂ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ବ୍ୟବସ୍ଥାକୁ ଗାଁ ପରିଚାଳନା କମିଟି ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ସେହିପରି ଟ୍ରାଫିକ୍ ନିୟନ୍ତଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.