ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କର ୬୪୩ତମ ଜୟନ୍ତୀ ସମାରୋହ

ଟିଟିଲାଗଡ,୧୦/୨ :  ରବିଦାସ ଭବନ ମେହେର ପଡ଼ା ଟିଟିଲାଗଡ଼ରେ ଓଡିଶା ରବିଦାସ ସମାଜ, ଟିଟିଲାଗଡ଼ ଶାଖା ଆନୁକୂଲ୍ୟରେ ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କର ୬୪୩ତମ ଜୟନ୍ତୀ ମହାସମାରୋହରେ ପାଳନ ହେଇଯାଇଛି । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ଜଣାଶୁଣା ଉଦ୍ୟୋଗୀ ତଥା ଓଡିଶା ରବିଦାସ ସମାଜ ର ପୂର୍ବତନ ସମ୍ପାଦକ ଶ୍ରୀ ଗଙ୍ଗାଧର ମେହେର, ଓଡିଶା ରବିଦାସ ସମାଜ ର ଉପ-ସଭାପତି ବିଜୟ କୁମାର ମେହେର ମଞ୍ଚାସିନ ହେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଟିଟିଲାଗଡ଼ ରବିଦାସ ସମାଜ ଉପ-ସଭାପତି ଶଙ୍କର ମେହେର, ସମାଜସେବୀକା ଚନ୍ଦ୍ରକାନ୍ତି ମେହେର, ଅଷ୍ଟମୀ ମେହେର ଯୋଗଦାନ କରିଥିଲେ ।

Udyog Nursery
Udyogi Nursery

ସମସ୍ତ ମଞ୍ଚାସିନ ଅତିଥି ରବିଦାସ ସମାଜରେ ଶିକ୍ଷା, ସଚେତନତା, ରୋଜଗାର, ସଂଗଠନ ଉପରେ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସମାଜର ଛାତ୍ର/ଛାତ୍ରୀ ମାନଙ୍କ ଭିତରେ ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।

ଶେଷରେ ସଂଘର ସମ୍ପାଦକ କିଶୋର ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସଂଘର ସକ୍ରିୟ କାର୍ଯ୍ୟକର୍ତା ଅମରେନ୍ଦ୍ର ମେହେର, ରିଙ୍କୁ ମେହେର, ସମରେନ୍ଦ୍ର ମେହେର, ସାଧୁ ମେହେର, ଆଦିତ୍ୟ ମେହେର, ସଦାନନ୍ଦ ମେହେର, ମୁନା ମେହେର, ଶତ୍ରୁଘନ ମେହେର, ଶିବ ମେହେର ତଥା ଅନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.