ମାର୍ଚ୍ଚ ୩ରୁ ହରିହର କ୍ଷେତ୍ର ବାଲସିଙ୍ଗାରେ ସାପ୍ତାହିକ ଭାଗବତ ପାରାୟଣ

ନର୍ଲା,୧୬/୨ : ଭାଗବତ ସେବା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଲସିଙ୍ଗା ସ୍ଥିତ ହରିହର କ୍ଷେତ୍ର ଠାରେ ୪ର୍ଥ ବାର୍ଷିକ ‘ସାପ୍ତାହିକ ଭାଗବତ ପାରାୟଣ’ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଆୟୋଜକ କମିଟି ସୁତ୍ରରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୨ରେ କଳସ ଶୋଭାଯାତ୍ରା, ୩ରୁ ୯ତାରିଖ ପର୍ଯ୍ୟନ୍ତ ରୁଦ୍ର ମହାଯଜ୍ଞ, ଗୀତାଯଜ୍ଞ ଓ ଶ୍ରୀମଦ ଭାଗବତ ପରାୟଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାସହ ପ୍ରତହ୍ୟ ଆମନ୍ତ୍ରୀତ ଅତିଥିଙ୍କ ସହ ଭାବ ବିନିମୟ ସଭା, ପୁରାଣ ପଠନ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ନଛତ୍ର ଆଦିର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ରହିଛି । କୋରାପୁଟ ଜିଲ୍ଲାର ଅଗ୍ରଗଣ୍ୟ ବକ୍ତା ଶ୍ରୀପାଦ ଯୋଗେଶ୍ବର ପଣ୍ଡିତ ଦାସ (ଇସ୍କନ ଭକ୍ତି ବେଦାନ୍ତ) ଏହି ପ୍ରବଚନ ପ୍ରଦାନ କରିବେ । ସେହିପରି ଭାବରେ ସୋନପୁର ଜିଲ୍ଲାର ଶ୍ରୀମାନ ସରୋଜ କୁମାର ବେଦବାଗଙ୍କ ଦ୍ବାରା ଶ୍ରୀମଦ ଭାଗବତ ପାରାୟଣ ଅନୁଷ୍ଠିତ ହେବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ କମିଟିର ସଭାପତି କ୍ଷମା ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନିଜଣ ଦାନଦାତା ସର୍ବଶ୍ରୀ ଦୁର୍ଯ୍ୟୋଧନ ବାହୁକ, ରାଧେଶ୍ୟାମ ପାଠକ (ବାରବନ୍ଧା), ମକରନ୍ଦ ଗଡତିଆ (ବୋରିଙ୍ଗ ପଦର) ପ୍ରମୂଖଙ୍କ ସହ ସଂପାଦକ ଅରୁଣ ମାଝୀ, ସହ ସଂପାଦକ ଲକ୍ଷ୍ମଣ ବାହୁକ, କୋଷାଧ୍ୟକ୍ଷ ଗୁଣ ସାଗର ପଧାନ, ପୂର୍ବତନ ସଭାପତି ପବିତ୍ର ନାଏକ, ପୂର୍ବତନ ସଂପାଦକ ଦୁଃଖିଶ୍ୟାମ କଟା, ପୂର୍ବତନ ସରପଞ୍ଚ ସନ୍ତୋଷ କଟା, ସମାଜସେବୀ ପର୍ଶୁରାମ ପଣ୍ଡା, ମକରନ୍ଦ ଗଡତିଆ, କୁରମେଲ ସରପଞ୍ଚ ଉଜ୍ଜଳ ପ୍ରଧାନୀ ପ୍ରମୂଖଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Udyog Nursery
Udyogi Nursery
ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.