ବ୍ରହ୍ମପୁର ସାଂସଦଙ୍କୁ ଅଭିଯୋଗ ପତ୍ର ପ୍ରଦାନ କଲେ ଏମକେସିଜି ଦିବ୍ୟାଙ୍ଗ ବିଦ୍ୟାଳୟର କର୍ମଚାରୀ ବୃନ୍ଦ

ମୋହନା, (ଏସ୍. ତ୍ରିପାଠୀ): ଏମକେସିଜି ଦିବ୍ୟାଙ୍ଗ ବିଦ୍ୟାଳୟର କର୍ମଚାରୀ ବୃନ୍ଦ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ବିଦ୍ୟାଳୟର ସଂପାଦକଙ୍କ ବେନିୟମ କାର୍ଯ୍ୟଧାରା ସଂପର୍କରେ ବିସ୍ତୃତ ଉଲ୍ଲେଖ ରହିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାର ମୋହନା ଠାରେ ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ରହିଛି। ପାରଳାଖେମୁଣ୍ଡି ମହାରାଜାଙ୍କ ନାମାନୁସାରେ ଏହି ବିଦ୍ୟାଳୟର ନାମ ରଖାଯାଇଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ। ୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଦୀର୍ଘ ବର୍ଷ ଧରି  କାର୍ଯ୍ୟରତ ଥିବା କିଛି ଶିକ୍ଷକ ଓ କର୍ମଚାରୀଙ୍କୁ କରୋନା ସମୟରେ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ଦୀର୍ଘବର୍ଷର ବକେୟା ପାଉଣା ନ ଦେଇ ଅମାନବୀୟ ଭାବେ ବିଦ୍ୟାଳୟରୁ ବହିଷ୍କୃତ କରିଛନ୍ତି।

Omkar Vasthu
Omkar Vasthu


ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶ୍ରୀ ସାହୁ ବିଦ୍ୟାଳୟର ଅଧିନିୟମ (୫ ବର୍ଷ)କୁ ନ ମାନି ଦୀର୍ଘ ୧୮ ବର୍ଷ ହେଲା ଲଗାତର ଭାବେ ସମ୍ପାଦକ ପଦବୀକୁ ମାଡ଼ି ବସିଛନ୍ତି। ତାଙ୍କର ଦୁର୍ନିତ, କଳାକାରନାମା, ପଦବୀର ଅପବ୍ୟବହାର ଓ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଷଢ଼ଯନ୍ତ୍ର କରି ଏବଂ ମାନସିକ ନିର୍ଯ୍ୟାତନା ଦେଇ ବିଦ୍ୟାଳୟରୁ ବହିଷ୍କୃତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ପ୍ରକଳ୍ପରୁ ଅନୁମୋଦନ ଲାଭକରି ଆସୁଥିବା ଅନୁଦାନକୁ ବିଭିନ୍ନ ଉପାୟରେ ବାଟମାରଣା କରିଆସୁଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ଦୀର୍ଘବର୍ଷ ହେଲା ୧୪ଗୋଟି ବିଭିନ୍ନ ବର୍ଗର ପଦବୀ ଅନୁମୋଦନ ହୋଇ ଆସୁଥିବାବେଳେ ସମ୍ପାଦକ ଦଣ୍ଡାସି ସାହୁ କରୋନା ସମୟରେ ଛାତ୍ର/ଛାତ୍ରୀଙ୍କ ଅନୁପସ୍ଥିତ ସମୟରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କଠାରୁ ତୋନେସନ ନେଇ ସେମାନଙ୍କ ଚାକିରୀ ସ୍ଥାୟୀ ହେବ କହି ଭୂଆଁ ବୁଲାଉଛନ୍ତି। ପୁରୁଣା କର୍ମଚାରୀମାନଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରି ନୂତନ କର୍ମଚାରୀ ନିଯୁକ୍ତି କରୁଛନ୍ତି। କମିଟି ବୈଠକ ନ ଡକାଇ ଓ ସେମାନଙ୍କ ଅଜାଣତରେ ବିଭିନ୍ନ ପ୍ରକାର ଦୁର୍ନିତୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଏହାର ପ୍ରତିବାଦ କରି ବରିଷ୍ଠ ଶିକ୍ଷକ ଓ କର୍ମଚାରୀଗଣ ମୋହନା ଗ୍ରସ୍ଥରେ ଆସିଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.