ଭବାନୀପାଟଣାର ପୂର୍ବତନ ନଗରପାଳ ଦେବୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଭବାନୀପାଟଣା: ସ୍ଥାନୀୟ ଗାନ୍ଧୀଛକ ଠାରେ ବଣିକ ସଂଘ ପକ୍ଷରୁ ଭବାନୀପାଟଣାର ପୂର୍ବତନ ନଗରପାଳ ତଥା ବିଶିଷ୍ଟ ସମାଜସେବୀ ଦେବୀ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେଇଯାଇଛି। ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ମିଶ୍ରଙ୍କ ସୃତି ଚାରଣ କରିଥିଲେ। ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ସ୍ପେସିଆଲ ପବ୍ଲିକ SPP ଜିତେନ୍ଦ୍ର ମହାନ୍ତି ତଥା ବିଜୁ ଜନତା ଦଳ ଉପ ସଭାପତି, ପୂର୍ବତନ PP ଭବାନୀ ମିଶ୍ର ତଥାବି ବିଜେଡି ଜ଼ିଲ୍ଲା ଉପ ସଭାପତି, ପୂର୍ବତନ ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ମଧ୍ୟ ସ୍ୱର୍ଗତ ମିଶ୍ରଙ୍କ ସୃତି ଉଚ୍ଚାରଣ କରି ତାଙ୍କୁ ଜଣେ କାଳଜୟୀ ମଣିଷ ଭାବରେ ଓ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ତାଙ୍କ ଶୋକ ବାର୍ତ୍ତା ଦେଇଥିଲେ।

Omkar Vasthu
Omkar Vasthu


ସେହିପରି ଭାବେ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ସ୍ବର୍ଗତ ଦେବୀ ମିଶ୍ର କିପରି ମାନବ ପ୍ରେମୀ ଥିଲେ, ନିଜକୁ ଭୁଲି ଯାଇ ସେ କିପରି ଗରିବଙ୍କ ସେବାକୁ ନିଜର ପରମ ଧର୍ମ ଭାବୁଥିଲେ ସେ ସମନ୍ଧରେ ଅବତାରଣା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଓକିଲ ସଂଘର ସହସଂପାଦକ ଶ୍ରୀ ଯଶୋବନ୍ତ ନାଏକ ତାଙ୍କ ଶୋକ ଅଭିଭାଷଣରେ ସ୍ବର୍ଗତ ଆତ୍ମାର ସତଗତି କାମନା ସହିତ ତାଙ୍କୁ କଳାହାଣ୍ଡିର ଗୋପବନ୍ଧୁ ଦାସ ବୋଲି କହିଥିଲେ। ଗୋପବନ୍ଧୁ ଯେପରି ନିଜର ଜୀବନକୁ ଲୋକଙ୍କ ପାଇଁ ଉତ୍ସର୍ଗିକୃତ କରିଥିଲେ ଠିକ ସେହିପରି ସ୍ବର୍ଗତ ମିଶ୍ର ମଧ୍ୟ ତାଙ୍କ ଜୀବଦ୍ଦଶାରେ ଗରିବଙ୍କ ପାଇଁ ନିସ୍ଵାର୍ଥ ଭାବରେ କାମ କରିଥିଲେ ବୋଲି ସେ ନିଜ ଅଭିଭାଷଣରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମୁଣ୍ଡ, ଦାମୋଦର ବେହେରା, ପୂର୍ଣ୍ଣ ପ୍ରଧାନ, ଦଳିତ ନେତା ହୃଷିକେଶ ଗାନ୍ଧୀ, ନାଗରିକ କମିଟିର ସଭାପତି ଧର୍ମେନ୍ଦ୍ର ନାଏକ, ସାମନ୍ତ ଖମାରି, ଅନିଲ ନାଏକ, ପ୍ରଶାନ୍ତ ବାରିକ, ମନୋଜ ତାଣ୍ଡି ଓ ବଣିକ ସଂଘର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶୋକ ସଭାକୁ ବଣିକ ସଂଘର ସଭାପତି ଶ୍ରୀ ବିଜୟ ସାହୁ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.