ମାନବୀୟ ସମ୍ବେଦନଶୀଳତାରେ ସମୃଦ୍ଧ କବି ଶ୍ରୀଦେବଙ୍କ ‘ଚାଷବାସ’ କବିତା ପୁସ୍ତକ ଲୋକାର୍ପିତ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): କବି ଶ୍ରୀଦେଙ୍କ ନୂତନ କବିତା ପୁସ୍ତକ ‘ଚାସବାସ’ ଆଜି ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ କଳିଙ୍ଗ ପରିସରରେ ଲୋକାର୍ପିତ ହୋଇଯାଇଛି। ଏଥିରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ। କବି ଶ୍ରୀଦେବ ‘ଚାଷବାସ’ ପୁସ୍ତକ ସମ୍ପର୍କରେ ପ୍ରଥମେ ସମ୍ୟକ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଆର୍ଯ୍ୟବ୍ରତ ଦାସ ପୁସ୍ତକ ପ୍ରକାଶନ ପଛରେ ଥିବା ଆଗ୍ରହ ଓ ଉତ୍କଣ୍ଠା ସମ୍ପର୍କରେ ବ୍ୟାଖ୍ୟା ବଖାଣିଥିଲେ।

ଏହିକାର୍ଯ୍ୟକ୍ରମରେ ବାଲେଶ୍ଵରର ପଞ୍ଚସଖା ଭାବେ ଖ୍ୟାତ ‘ଦେବକାନ୍ତଗଙ୍ଗାବାରଣ ଦାସ’ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ପଞ୍ଚସଖା ମଧ୍ୟରୁ ଗାଳ୍ପିକ ଗଙ୍ଗାଧର ବିଶ୍ବାଳ, ଔପନ୍ୟାସିକ ନିବାରଣ ଜେନା, କବି ପ୍ରଶାନ୍ତ ଦାସ ପ୍ରମୁଖ ନିଜର ସାରସ୍ବତ ଅଭିବ୍ୟକ୍ତି ରଖିଥିଲେ। କବିତା ମାନବବାଦୀ ହେବା ସହ ଅଧିକ ବାସ୍ତବବାଦୀ ହୋଇ ପାରିଲେ ସାମାଜିକ କଲ୍ୟାଣ ଘଟି ପାରନ୍ତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଲୋକାର୍ପଣ ଉତ୍ସବରେ ଜ୍ୟୋତିର୍ମୟୀ ଶତପଥୀ, ଉତ୍ପଳ ମହାନ୍ତି, ଅରୁଣାଂଶୁ ପାଣିଗ୍ରାହୀ, ଦୀପକ କୁମାର ଦାସ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ଦିଲ୍ଲୀପ ରଥ, ବିକ୍ରମ କୁମାର ମହାରଣା, ଜୟନ୍ତ ଦାସ, ଆଶିଷ କୁମାର ଚକ୍ରବର୍ତ୍ତୀ, ବାଞ୍ଛାନିଧି ଦାସ, ସିତାଂଶୁ ଲେଙ୍କା, ପ୍ରଭାତୀ ଦାସ, ପର୍ଶୁରାମ ପ୍ରଧାନ, ଅଶୋକ କୁମାର ମହାନ୍ତି, ଅରୁଣ କୁମାର ଜେନା, ସନ୍ତୋଷ କୁମାର ମହାରଣା, ଅବନୀ କୁମାର ଜେନା, କମଳଲୋଚନ ଦାଶ, ସୁନୀଲ କୁମାର ପଣ୍ଡା, କୈଳାସ ଚନ୍ଦ୍ର ଦାସ, ଅଜିତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଶଶିକାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.