ଉନ୍ମୋଚିତ ହେଲା ଅଭୟ ଦାସଙ୍କ ‘ନିର୍ବାଚିତ ଫକୀରମୋହନ’ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣ

ଫକୀରମୋହନ ସାହିତ୍ୟର ଜାତୀୟ ତଥା ଆନ୍ତର୍ଜାତିକ ଆଲୋଚନା ଆବଶ୍ୟକ

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ପ୍ରକାଶନୀ ସଂସ୍ଥା ‘ବହିଘର’ ଓ ‘ବିଦ୍ୟାଭାରତୀ’ ସଭାଗୃହରେ ଗତକଲି ସନ୍ଧ୍ୟାରେ ‘ନିର୍ବାଚିତ ଫକୀରମୋହନ’ ପୁସ୍ତକର ପରିବର୍ଦ୍ଧିତ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ‘ବିଦ୍ୟାଭାରତୀ’ର ସତ୍ତ୍ଵାଧିକାରୀ କବି ଅଭୟ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷାସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ମଣୀନ୍ଦ୍ର କୁମାର ମେହେର ଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଫକୀରମୋହନ ସାହିତ୍ୟର ନୋବେଲ ପୁରସ୍କାର ପାଇବାର ଯୋଗ୍ୟତା ରହିଛି। ସୁତରାଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କ ସାହିତ୍ୟର ଆଲୋଚନା କରାଯିବାର ଆବଶ୍ୟକତା ଅଛି ବୋଲି ଡକ୍ଟର ମେହେର ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ କବି ପ୍ରଶାନ୍ତ ଦାସ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ, ପ୍ରାବନ୍ଧିକ ଡକ୍ଟର ରାଧାରଂଜନ ପଟ୍ଟନାୟକ, ସାହିତ୍ୟିକ ପଣ୍ଡିତ ସୁରେନ୍ଦ୍ର ନାଥ କର ପ୍ରମୁଖ ଯୋଗ ଦେଇ ଫକୀରମୋହନଙ୍କ ରଚନାବଳୀ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ପ୍ରସନ୍ନ ପାତ୍ର, ମଞ୍ଜୁଲତା ବଳ, ଉଦୟ ନାରାୟଣ ଦାସ, ଡକ୍ଟର ବଂଶୀଧର ଚୌଧୁରୀ, ଜରିନା ବେଗମ୍, ସତ୍ୟପ୍ରିୟ ମହାନ୍ତି, ଅପର୍ଣ୍ଣା ଜେନା, ପ୍ରୀତିଲେଖା ଦାସ, ହିମାଂଶୁ ଦାସ, ପ୍ରବୀର କୁମାର କମିଳା, ଜୁମର ନାଥ ପାତ୍ର, ତିରୁପ୍ରଭା ଦାସ, ପ୍ରଭାତ କୁମାର ସ୍ବାଇଁ, ଶଶିରଂଜନ ମଲ୍ଲିକ, ପର୍ଶୁରାମ ପ୍ରଧାନ, ପ୍ରଶାନ୍ତ କୁମାର ପାଢ଼ୀ, ପ୍ରଭୁଦତ୍ତ ମହାନ୍ତି ସମେତ ସଦସ୍ୟ ଓ ସାହିତ୍ୟିକ ଉପସ୍ଥିତ ଥିଲେ। ଶେଷରେ ସମାଜସେବୀ ରାଜେଶ ଗିରି ଧନ୍ୟବାଦ ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.