ଲାଞ୍ଜିଗଡ: ଭାରତୀୟ ଷ୍ଟେଟବ୍ୟାଙ୍କ ମୂଷା ନାଳ ଶାଖା ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ଷ୍ଟେଟ ବ୍ୟାଙ୍କ ମୂଷାନାଳ ଶାଖା ପରିଚାଳକ ଜିତେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସଂମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ସିଡିପିଓ ଶ୍ରୀମତୀ ମିନତୀ ପାତ୍ର, ମିଶନ ଶକ୍ତିର ଡିପିସି ଏମ୍ବ୍ରିତ ପାଢ଼ୀ, ବିପିସି ଜାବେଦ ଖାନ, ଲାଞ୍ଜି ସରପଞ୍ଚ ବିଷ୍ଣୁ ଚରଣ ଭୋଇ, ବନ୍ଦପାରି ସରପଞ୍ଚ ସୁଶ୍ରୀ ଫୁଲମେ ମାଝୀ, ବିପିଏସିଏ ଯୋଗେଶ୍ୱର ଶବର, ଓଏଲଏମ୍ ପ୍ରଭାତି ଦଳପତି ପ୍ରମୁଖ ଯୋଗ ଦେଇଥିଲେ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ମୂଷାନାଳ ଶାଖାର ଅଞ୍ଚଳର ସମସ୍ତ ଗ୍ରାମର ୨୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ମୂଷାନାଳ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସାହୁ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମା ମାନକୁ କିପରି ଭାବରେ ଋଣ ନେଇ ଠିକ୍ ସମୟରେ ପୈଠ କରାଯିବ ତା ଉପରେ ଆଲୋକପାତ କରିଥିଲେ।
ଏହି ମେଳାରେ ସମୁଦାୟ ୨୫ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ସ୍ୟୁକୃତି ପତ୍ର ପ୍ରଦାନ କରାଯାଇ ଗୋଟିଏ ସପ୍ତାହ ମଧ୍ୟରେ ଋଣ ପ୍ରଦାନ କରାଯିବ ବୋଲି ଶାଖା ପରିଚାଳକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in