ଲାଞ୍ଜିଗଡ: ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିରେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରୁଛନ୍ତି । ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ହାଇସ୍କୁଲକୁ ପ୍ରୋଜେକ୍ଟ ସ୍କୁଲ ଭାବେ ପରିଣତ କରିବାକୁ ବ୍ଲକ ପ୍ରଶାସନ ଓ ବ୍ଲକ ଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଥିବାବେଳେ ଗୁରୁବାର ହାଇସ୍କୁଲ ପରିସରରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ଟଙ୍କଧର ମାଝୀ, ସମିତିସଦସ୍ୟ କନୌଜ ରାଉତ, ସାମ୍ବାଦିକ ଗୋପାଳଦାସ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସିଆର୍ ସିସି ତପନ କୁମାର ଭୋଇ ସଭା ପରିଚାଳନା କରିଥିବାବେଳେ ପୁରାତନ ଛାତ୍ର ଚନ୍ଦ୍ରଶେଖର ମହାପାତ୍ର, ଚିନ୍ତାମଣି ବିଶ୍ବାଳ, ଅକ୍ରୁର ତାଣ୍ଡି, ରୀନା ମହାପାତ୍ର, ପ୍ରବୀଣ କୁମାର ରାଉତ, ବିଜୟଲକ୍ଷ୍ମୀ ଓଝା, ଯଶୋବନ୍ତୀ ମାଝୀ, ଦୀନେଶ ଜୈନ, ରବି ଜାନୀ, କେ. କିରଣକୁମାର ବର୍ମା, ଝିଲି ନାୟକ, ସୁଧୀର ମହାନନ୍ଦ, ସନ୍ୟାସୀ ନାୟକ, ମାନସ ନାଏକ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in