ଇମ୍ଫାରେ ସମ୍ପୂର୍ଣ୍ଣ ସୁରକ୍ଷା ସଂପର୍କିତ ପୂର୍ବାଭାସ ଅନୁଷ୍ଠିତ

ରାୟଗଡ, (ଶିବ ନାରାୟଣ ଗୈାଡ): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୁର୍ବାଭାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରାୟଗଡ଼ା ତଥା ଅଧ୍ୟକ୍ଷ କ୍ରାଇସିସ ଗୃପ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପରାମର୍ଶ କ୍ରମେ ଏବଂ ଇମ୍ଫା କାରଖାନାର ଉପ ସଭାପତିି ନିର୍ମାଣ ଶ୍ରୀ କେ.ଭି. ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ବୋରୁପ କୁମାର ଜେନା, ସରକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ, ରାୟଗଡ଼ା ଜିଲ୍ଲା ଅଗ୍ନିସମ ଅଧିକାରୀ ଶ୍ରୀ ସଂଗ୍ରାମ ହାଁସଦା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।


ଏହି ଅବସରରେ ଇମ୍ଫାର ଉପ ସଭାପତି ଶ୍ରୀ କେ.ଭି. ରାଓ ଉତ୍ପାଦନ ପ୍ରଣାଳୀ ଓ ଏଥି ସହିତ ସଂଲଗ୍ନ ହୋଇଥିବା ବିପଦ ସଙ୍କୁଳ ସ୍ଥାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମ କୃଷ୍ଣ ତ୍ରିପାଠୀ ଇମ୍ଫା ବିଶ୍ଵକର୍ମା ଭବନ ପରିସରରେ ଉପସ୍ଥିତ ଥିବା ଅତିଥି ଓ ଇମ୍ଫାର କର୍ମଚାରୀଙ୍କୁ କାରଖାନାରେ ବିଭିନ୍ନ ପ୍ରକାର ସୁରକ୍ଷା ପ୍ରସ୍ତୁତି ପ୍ରଣାଳୀ ଓ ଦୁର୍ଘଟଣା ଏଡାଇବାପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଅତି ପ୍ରଞ୍ଜଳଭାବେ ବୁଝାଇଥିଲେ । ଏହି ପରିପେକ୍ଷିରେ ବିଭିନ୍ନ ପ୍ରକାର ସୁରକ୍ଷା ସମଧୀୟ ଜରୁରୀ କାଳୀନ ପରିସ୍ଥିତିକୁ ସମ୍ମୁଖୀନ କରିବାପାଇଁ ଏବଂ କାର୍ଯ୍ୟରତ କର୍ମାରୀଙ୍କ ପ୍ରସ୍ତୁତି ପରଖିବା ପାଇଁ ଦିଆଯାଇଥିବା ପ୍ରଶିକ୍ଷଣର ତତ୍ତ୍ଵାବଧାନ ନିମନ୍ତେ ଏକ ମକ୍ ଡ୍ରିଲ ର ଆୟୋଜନ କରାଯାଇଥିଲା ।


ଉପ ନିର୍ଦ୍ଦେଶକ ସ୍ୱୋରୁପ କୁମାର ଜେନା ସୁରକ୍ଷା ନିୟମ ମାନି ଯେତେ କମ୍ ସମୟ ରେ କାମ କଲେ ଓ ଯେତେ କମ୍ ସମୟରେ ନିଷ୍ପତି ନେଇ ପାରିଲେ ମଣିଷ ଜୀବନ ସହ କାରଖାନାର କ୍ଷୟକ୍ଷତିକୁ ବଞ୍ଚା ଯାଇ ପାରିବ ବୋଲି କହିଥିଲେ । ସହକାରୀ ନିର୍ଦ୍ଦେଶକ ରଞ୍ଜିତ କୁମାର ନାୟକ ଠିକ୍ ସମୟରେ ପ୍ରତେକ୍ ଟିମ୍ ନିଜ ନିଜ ଭିତରେ ସଂଯୋଗ ରଖି ଠିକ୍ ସମୟରେ ଠିକ୍ ନିଷ୍ପତି ନେଇଥିବାରୁ ପୂର୍ବ ଦିନର ପ୍ରସ୍ତୁତି ଅପେକ୍ଷା ଆଜିର ପ୍ରସ୍ତୁତି ଅତି ଉଚ୍ଚ କୋଟୀର ହୋଇଛି ବୋଲି କହିବାସହ ଇମ୍ଫାର କର୍ତ୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଉତ୍କଳ ଆଲୁମିନା, ଜେ କେ କାଗଜକଳ, ହନୁମାନ ଅକ୍ସିଯେନ୍, ବର୍ଦ୍ଧମାନ କେମିକାଲର ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଜିଲ୍ଲା ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ବର୍ଷ ତମାମ୍ ବିଭିନ୍ନ ସମୟରେ ତାଲିମ ନେଇ ଠିକ୍ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନୟ ରଖି ଏକ ନୂତନ ମାନର ପ୍ରଦର୍ଶନ କରିଥିବା ଯୋଗୁ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଏହାକୁ ସବୁବେଳେ ଅଭ୍ୟାସ କରିବା ପାଇଁ ଉପଦେଶ ଦେଇଥିଲେ । ଇମ୍ଫାର ଉପ ସଭାପତି କେ.ଭି. ରାଓ, ସମସ୍ତ ଅଧିକାରୀ ଓ ଅତିଥି ଦେଇଥିବା ଉପଦେଶକୁ ସମସ୍ତ କର୍ମଚାରୀଙ୍କୁ ମନିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଇମ୍ଫା କାରଖାନାର ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହା ପ୍ରବନ୍ଧକ କଲୋଲ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.