କ୍ଷୀରସିନ୍ଧୁ ମାଝୀ ରିଷିଡାର ନୂତନ ଫାଣ୍ଡିଧୀକାରୀ

କଳାହାଣ୍ଡି, (ନରୋତ୍ତମ ସେଲମା): ଦୀର୍ଘ ୬ ମାସ ହେଲା ରିଷିଡା ଫାଣ୍ଡି ଅଧିକାରୀ ବିହୀନ ଥିଲା । କଳାହାଣ୍ଡି – ବଲାଙ୍ଗୀର – କନ୍ଧମାଳ ସୀମାନ୍ତରେ ଅବସ୍ଥିତ ୧୮୮୩ ମସିହାର ଏହି ଫାଣ୍ଡି ଅଧିନରେ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଳକର ୪୨ ଖଣ୍ଡ ରାଜସ୍ୱ ଗ୍ରାମ ଓ ୧୦ଟି ପଡା ଗ୍ରାମ ରହିଛି । ଏଠାରେ ଥିବା ଫାଣ୍ଡି ଅଧିକାରୀଙ୍କ ଶାରୀରିକ ଅସୁସ୍ଥତା କାରଣରୁ ୬ ମାସ ହେଲା ସେ ଅନୁପସ୍ଥିତ ରହିଥିଲେ । ଏ ନେଇ ନୂତନ ଫାଣ୍ଡିଧିକାରୀ ନିପୁକ୍ତି ପାଇଁ ଅଂଚଳବାସୀ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ଏନେଇ ପୂର୍ବରୁ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ କଳାହାଣ୍ଡି ଏସ୍‌.ପି. ରିଷିଡା ଫାଣ୍ଡି ପାଇଁ ସହକାରୀ ଉପ ନିରୀକ୍ଷକ କ୍ଷୀରସିନ୍ଧୁ ମାଝୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରେ ତାଙ୍କୁ ପ୍ରେସ କ୍ଳବ ସଭାପତି ତଥା ରିଷିଡା ଯୁବା ମଂଚ ସଂପାଦକ ନରୋତମ ସେଲମାଙ୍କ ନେତୃତ୍ୱରେ ଯୁବା ମଂଚର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ସତ୍ୟନାରାୟଣ କୁମାର, ସଂଗଠନ ସଂପାଦକ ତ୍ରିଶଙ୍କର ରଣା, ସହ ସଂପାଦକ ରଂଜନ ନାଏକ, ଛାତ୍ର ବିଜେଡି ବ୍ଳକ ସଭାପତି ସଲିମ ଶେଖର ରଣା ସୌଜନ୍ୟମୂଳକ ସାକ୍ଷାତ କରି ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ମାଝୀ ଅଂଚଳର ଶାନ୍ତି ଓ ସୁରକ୍ଷା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୟରେ କନେଷ୍ଟବଳ ନରେନ୍ଦ୍ର ମାଝୀ, ପିତବାସ ମାଝୀ, ସୁରଭି ମାଝୀ, ଗୃହରକ୍ଷୀ ଚକାମନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.