ସଡ଼କ ସୁରକ୍ଷା ସପ୍ତାହ : ନୂଆପଡାରେ ବିଶାଳ ସଚେତନତା ଶୋଭାଯାତ୍ରା  

ନୂଆପଡା,୫/୨: ନୂଆପଡା ଜିଲ୍ଲାପାଳ ଡା ପୋମା ଟୁଡୁ ସବୁଜ ରଙ୍ଗ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିବହନ ବିଭାଗ ତରଫରୁ ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି. ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରାରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ସିତାରାମ ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁନୀଲ କୁମାର ଆଚାରି, ଏସ.ଡି.ପି.ଓ ବିଦୂତ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ।

Omkar Vasthu
Omkar Vasthu

ସ୍ଥାନୀୟ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ, ପୋଲିସ ବିଦ୍ୟାର୍ଥୀ କେଡ଼େଟ ର ଛାତ୍ର ଛାତ୍ରୀ, ଜିଲ୍ଲା ପରିବହନ ବିଭାଗ ର ସମସ୍ତ କର୍ମଚାରୀ ଏହି ସଚେତନତା ଶୋଭାଯାତ୍ରା ରେ ଯୋଗଦାନ କରିଥିଲେ । ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ନଗର ପରିକ୍ରମା କରିଥିଲା । ସଡ଼କ ସୁରକ୍ଷା ଆଇନ ମାନିଲେ ସଡ଼କ ଦୁର୍ଘଟଣା କୁ ରୋକା ଯାଇ ପାରିବ । ହେଲମେଟ ଓ ସିଟ ବେଲ୍ଟ ପିନ୍ଧିବା ପାଇଁ ସମସ୍ତ ଙ୍କୁ ଏହି ଶୋଭାଯାତ୍ରା ଦ୍ୱାରା ସଚେତନତା କରାଯାଇ ଥିଲା । ଏହି ଅବସରରେ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବ ବୋଲି ଜିଲ୍ଲା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି ।ସ୍ଥାନୀୟ ସଦର ଆଇ.ଆଇ.ସି ବିବେକାନନ୍ଦ ମହାନ୍ତ ସଚେତନତା ଶୋଭାଯାତ୍ରା କୁ ସୁପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.