ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡ଼ା,୫/୨: ସଡ଼କ ସୁରକ୍ଷା ସପ୍ତାହ ପାଳନ ପାଇଁ ଖରିଆର ରୋଡ ସ୍ଥିତ ଧର୍ମଶାଳା ପରିସରରେ ଖରିଆର ରୋଡ ସେବା ସମିତି (କେ.ଏସ.ଏସ.), ଖରିଆର ରୋଡ ସେବା ସମିତି ମହିଳା ଶାଖା (କେ.ଏସ.ଏସ.ଡବ୍ଲୁ.ଡବ୍ଲୁ.) ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ବୈଠକରେ ଜିଲ୍ଲା ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ରନାଥ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜକୁମାର ଚୌହାନ, ଛେଦି ଅଗ୍ରୱାଲ, କେ.ଏସ.ଏସ.ଡବ୍ଲୁ.ଡବ୍ଲୁ. ଉପସଭାପତି ନେହା ଡାଗା, ଅର୍ଚ୍ଚନା ଗୁପ୍ତା, ଜଗନ୍ନାଥ ନାଏକ, ନରସିଂହ ନାଏକ, ବିକାଶ କୁମାର, ନୀତେଶ, ଟିଂକୁ, ଜ୍ଞାନ ସିଂ ତଥା କେ.ଏସ.ଏସ.ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ. କେ.ଏସ.ଏସ. ସଭାପତି ନିଶାନ୍ତ ଡାଗା ବୈଠକକୁ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ବୈଠକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରି ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏକ ହେଲମେଟ ପିନ୍ଧା ସ୍କୁଟି ଓ ମୋଟରସାଇକେଲ ରେଲି ସଦର ନୂତନ ଥାନାରୁ ବାହାରି ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ରେଲିରେ କେ.ଏସ.ଏସ.ର ସମସ୍ତ ମହିଳା ଓ ଯୁବକ ସାମିଲ ହେବେ। କନିଷ୍ଠ ଓ ବରିଷ୍ଠ ବର୍ଗରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀମାନଙ୍କୁ ସଡ଼କ ସୁରକ୍ଷା ସପ୍ତାହର ଶେଷ ଦିନରେ ନୂଆପଡାଠାରେ ଆୟୋଜିତ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ। ଏହି ବୈଠକରେ ଖରିଆର ରୋଡର ଅନେକ ଯୁବକ ଓ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବା ଦିଗରେ ଯୋଜନା କରିଥିଲେ।

Udyog Nursery
Udyogi Nursery

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.