ଗ୍ଲୋ ତରଫରୁ ମାଗଣା ଅକ୍ସିମିଟର ଓ ସିଲିଣ୍ଡର ବଣ୍ଟନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡିଶା ନର୍ଲା ଶାଖା ଓ ଜୁହାର ପରିବାର ୟୁକେ ତରଫରୁ ମାଗଣା ଅକ୍ସିଜେନ ସିଲିଣ୍ଡର, ଅକ୍ସିମିଟର ଓ ଥର୍ମାଲ ସ୍କ୍ରିନିଂ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଆଜି ନର୍ଲାରେ ଶୁଭାରମ୍ଭ ହୋଇଛି । ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡିଶା ଓ ନର୍ଲା ବେଡମିଣ୍ଟନ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆଜିର ଶୁଭ ଉଦ୍ଘାଟନୀ କାର୍ଯ୍ୟକ୍ରମ ନର୍ଲା ଷ୍ଟଟ ବ୍ୟାଙ୍କ୍ ପାଶ୍ୱର୍ରେ ଆୟୋଜନ କରାଯାଇଥିଲା ।


ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡିଶାର ଉପସଭାପତି ମୋହିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ସେଠ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତାକାଟି କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଭବାନୀପାଟଣାର ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ବିଜେଡି ଜିଲ୍ଲା ଉପସଭାପତି ଚିତ୍ତରଂଜନ ମଣ୍ଡଳ (ବାବୁଲି), ବିଜୁ ଯୁବ ଜନତାଦଳର ଉପସଭାପତି ମଣ୍ଟୁ ନାଏକ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ମହାମାରୀ କରୋନା ସମୟରେ ସ୍ଥାନୀୟ ଗରୀବ ଜନସାଧାରଣଙ୍କ ପାଇଁ ଏହା ମହୌଷଧି ସଦୃଶ ହୋଇଛି ଏବଂ ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡିଶା ଓ ଜୁହାର ପରିବାର ୟୁକେ ର ଏତାଦୃଶା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।


ଗ୍ଲୋବାଲ ୱେଷ୍ଟର୍ଣ୍ଣ ଓଡିଶା ଓ ନର୍ଲା ବେଡମିଣ୍ଟନ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ରବିନ୍ଦ୍ର ସାହୁ, ସୁବୋଧ ମିଶ୍ର, ଅମୀୟ ଦାସ୍, ବାବୁନୀ ଦୋରା, ଶୁଭମ ସାହୁ, ଲକ୍ଷ୍ମୀଧର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ, ନେହେରୁ ଯୁବ କେନ୍ଦ୍ର ଭବାନୀପଟଣାର ବରିଷ୍ଠ ସଦସ୍ୟ ମିଲନ କୁମାର ଭୋଇ, ଛାତ୍ର ବିଜେଡି ସଭାପତି ଓମ ପୁଝାରୀ, ବରିଷ୍ଠ ସଦସ୍ୟ ଦିଲୀପ ନାଏକ, ବିଜୟ ବୁଦ୍ଧିଆ, ଅଭୟ ଚାନ୍ଦ, ଦୀପକ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ନର୍ଲା ଅଞ୍ଚଳର ଦୁଇଗୋଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ମାଗଣାରେ ଅକ୍ସିମିଟର ଓ ଥର୍ମାଲ ସ୍କ୍ରିନିଂ ପ୍ରଦାନ କାର୍ଯ୍ୟକ୍ରମ ସାଂସଦ ସୁଜିତ କୁମାର ସେଠ, ଓ ସମ୍ମାନୀତ ଅତିଥିଙ୍କ କର କମଳରେ ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମର ଆୟୋଜକ ମୋହିତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.